ଦିଲ୍ଲୀ ସେକ୍ରେଟାରିଏଟ୍‌ ପାର୍କିଙ୍ଗ୍‌ରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ହେଡ୍‌ କନେଷ୍ଟବଳ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦିଲ୍ଲୀ ସେକ୍ରେଟାରିଏଟ୍‌ ଭିଆଇପି ପାର୍କିଙ୍ଗ୍‌ସ୍ଥଳରେ ଦିଲ୍ଲୀ ପୁଲିସର ଜଣେ ହେଡ୍‌ କନେଷ୍ଟବଳ ନିଜ ସର୍ଭିସ୍‌ ରିଭଲ୍‌ଭର୍‌ରେ ଗୁଳି ମାରିହୋଇ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି। ମୃତ କନେଷ୍ଟବଳ ହେଉଛନ୍ତି ୩୫ ବର୍ଷିୟ ସୋହନବୀର।

ପୁଲିସ କହିଛି ଯେ ସକାଳ ୫: ୫୩ ରେ ଏ ସଂକ୍ରାନ୍ତରେ ପିସିଆର୍‌କୁ ଫୋନ୍‌ ଆସିଥିଲା। ମିଳିଥିବା ସ୍ୟୁସାଇଡ୍‌ ନୋଟ୍‌ରୁ ଜଣାପଡ଼ିଛି ଯେ ଆତ୍ମହତ୍ୟାର ପ୍ରାଥମିକ କାରଣ ହେଉଛି ଗୃହ ବିବାଦ।

ଦିଲ୍ଲୀ ପୁଲିସ କହିଛି: ସକାଳ ୫:୫୩ରେ ପିସିଆର୍‌ ଫୋନ୍‌ କଲ୍‌ ପାଇଥିଲା। ୩୫ ବର୍ଷିୟ ହେଡ୍‌ କନେଷ୍ଟବଳ ସୋହନବୀର ସେକ୍ରେଟାରିଏଟ୍‌ରେ ଡିୟୁଟି କରୁଥିବା ବେଳେ ତାଙ୍କ ସର୍ଭିସ୍‌ ପିସ୍ତଲ୍‌ରେ ଆତ୍ମହତ୍ୟା କରିଛନ୍ତି। ଉଦ୍ଧାର କରାଯାଇଥିବା ଆତ୍ମହତ୍ୟା ଚିଟାଉରୁ ଆତ୍ମହତ୍ୟାର ପ୍ରାଥମିକ କାରଣ ଗୃହ ବିବାଦ ବୋଲି ଜଣାପଡ଼ିଛି। ଅଧିକ ତଦନ୍ତ ଚାଲିଛି।

ସମ୍ପୃକ୍ତ ଆଇନ୍‌ର ଧାରା ଅନୁସାରେ ଏ ଘଟନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର