ଅପରାଧୀଙ୍କୁ ଗିରଫ କଲେ ପୁଲିସ ଛାଡ଼ିଦେଉଛି, ଆଉ ସହିହେଉନି; ଏଭଳି ଲେଖି ଚାକିରି ଛାଡ଼ିଲେ ହେଡ କନଷ୍ଟେବଳ

ପାନିପତ: ହରିୟାଣାର ପାନିପତରେ ପୁଲିସର କାର୍ଯ୍ୟ ଶୈଳୀକୁ ଦେଖି ନିରାଶ ହେବା ସହ ଚାକିରି ଛାଡ଼ିଲେ ହେଡ କନଷ୍ଟେବଳ। ଚାକିରି ଛାଡ଼ିବାର କାରଣ ଜଣାଇ ସେ ଅଭିଯୋଗ କରିଛନ୍ତି ଯେ, ଅପରାଧୀଙ୍କ ସହ ହାତ ମିଳାଇଛି ପୁଲିସ। ମୁଁ ଅପରାଧୀଙ୍କୁ ଗିରଫ କଲେ ପୁଲିସ ସେମାନଙ୍କୁ ଛାଡ଼ିଦେଉଛି। ଏପରି ପରିବେଶରେ ଚାକିରି କରିବା ସମ୍ଭବ ନୁହେଁ।

ହାତରେ ଇସ୍ତଫା ପତ୍ର ନେଇ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜୱାନ ଆଶିଷଙ୍କୁ ପାନିପତ ଟ୍ରାଫିକ ପୁଲିସରେ ହେଡ କନଷ୍ଟେବଳ ଭାବରେ ମୁତୟନ କରାଯାଇଛି। ହେଲେ ନିଜ ଚାକିରି କାଳରେ ସେ ଦେଖିଆସୁଥିବା ଦୁର୍ନୀତିକୁ ନେଇ ଜିଲ୍ଲା ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୱାନ କହିଛନ୍ତି ଯେ, ଅପରାଧୀଙ୍କ ସହ ପୁଲିସ ହାତ ମିଳାଇଛି। ତେଣୁ ସେ ଏହି ପରିବେଶରେ କାମ କରିବାକୁ ସମର୍ଥ ହେବେ ନାହିଁ।

पुलिस पर गंभीर आरोप लगाते हुए हेड कांस्टेबल ने दिया इस्तीफा

ତାଙ୍କ ଅଭିଯୋଗ ମୁତାବକ, କିଛି ମାସ ତଳେ ମୁଁ ଜୁଆ ଖେଳାଳିଙ୍କୁ ଗିରଫ କରିଥିଲି। ଏହାପୂର୍ବରୁ ମୁଁ ଡ୍ରଗ୍ସ ଚୋରା କାରବାରୀଙ୍କୁ ମଧ୍ୟ ଗିରଫ କରିଥିଲି। ମୁଁ ଏତେ କଷ୍ଟରେ ଗିରଫ କରିଥିଲେ ବି ପୁଲିସ ଲାଞ୍ଚ ନେଇ ଅପରାଧୀଙ୍କୁ ପ୍ରତ୍ୟେକ ଥର ମୁକ୍ତ କରିଆସିଛି। ଡ୍ରଗ୍ସ ଚୋରା ଚାଲାଣ, ଜୁଆ ଖେଳ ଭଳି ଅପରାଧ ପୁଲିସର ସହଯୋଗରେ ଜିଲ୍ଲାରେ କରାଯାଉଛି। ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।

ତେବେ ଜୱାନଙ୍କ ଇସ୍ତଫା ପତ୍ର ପରେ ପୁଲିସର କୌଣସି ବରିଷ୍ଠ ଅଧିକାରୀ ଏନେଇ ପ୍ରତିକ୍ରିୟା ରଖିନାହାନ୍ତି।

 

ସମ୍ବନ୍ଧିତ ଖବର