ରାୟଗଡ଼ : ଛତିଶଗଡ଼ରେ ଥିବା ରାୟଗଡ଼ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା । ଜଣେ ହେଡ଼୍‍ କନେଷ୍ଟବଳ ନିଜ ସ୍ତ୍ରୀଙ୍କୁ ଡ଼ରାଇବା ସହ ମାରିବା ପାଇଁ ଏସ୍‌ପିଙ୍କ ଠାରୁ ଚିଠି ଲେଖି ଅନୁମତି ମାଗିଥିବାର ଖବର ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ହେଡ଼୍‍ କନେଷ୍ଟବଳ ଏସ୍‌ପିଙ୍କୁ ଲେଖିଥିବା ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ଏ ନେଇ ଏସ୍‌ପିଙ୍କୁ ପଚରାଯିବା ପରେ ତାଙ୍କ ପାଖକୁ ଏଭଳି କିଛି ଚିଠି ଆସିଥିବା ନେଇ ସେ ମନା କରିବା ସହ ଏଭଳି କାମ ଅପରାଧ ସହ ସମାନ ବୋଲି କହିଛନ୍ତି ।
ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଚିଠିରେ ସଞ୍ଜୟ କୁମାରଙ୍କ ନାମ ଲେଖା ଯାଇଛି । ଏଥିରେ ସଞ୍ଜୟ ନିଜକୁ ହେଡ଼୍‍ କନେଷ୍ଟବଳ ବୋଲି ପରିଚୟ ଦେବା ସହ ରାୟଗଡ଼ରେ ନିଯୁକ୍ତ ଥିବା ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଜଣେ ବଡ଼ ରାଜନେତାଙ୍କ ଝିଅ ହୋଇଥିବାରୁ ତାଙ୍କୁ ସବୁ ବେଳେ ଡ଼ରାଇ ରଖୁଛନ୍ତି । ଯାହା ପାଇଁ ସେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ଅନୁମତି ଚାହୁଁଛନ୍ତି ବୋଲି ଚିଠିରେ ଲେଖାଥିବା ଦେଖିବାକୁ ମିଳିଛି ।

Advertisment

publive-image Khas Khabar

ତେବେ, ଏହି ଚିଠି ବିଷୟରେ ଏସ୍‌ପି ହରିଶ ରାଠୋରଙ୍କୁ ପଚରାଯିବା ପରେ ସେଭଳି କିଛି ଚିଠି ତାଙ୍କ ପାଖକୁ ଆସି ନାହିଁ ବୋଲି ସେ କହିଛନ୍ତି। ଏହା ସହ ସଞ୍ଜୟ କୁମାର ନାମରେ କୌଣସି ହେଡ଼୍‍ କନେଷ୍ଟବଳ ନିଯୁକ୍ତ ନଥିବା ମଧ୍ୟ ସେ କହିଛନ୍ତି । ହ୍ଵାଟ୍‌ସଆପ୍‌ରେ ଭାଇରାଲ ହେଉଥିବା ଏହି ଚିଠିକୁ ନକଲି ବୋଲି କହିବା ସହ କିଏ ଜଣେ ଥଟ୍ଟା କରିଥିବା କହିଛନ୍ତି ହରିଶ ରାଠୋର ।