ସଫଳ ହେଲା ମସ୍ତକ ପ୍ରତିରୋପଣ ଗବେଷଣା: ମୃତ ଶରୀରରେ ଲାଗିପାରିବ ଜୀବନ୍ତ ମୁଣ୍ଡ!

ଦୀର୍ଘ ୧୮ ଘଣ୍ଟାର ଅସ୍ତ୍ରୋପଚାର ପରେ ଗୋଟେ ମୃତ ଶରୀରରେ ଜୀବନ୍ତ ମୁଣ୍ଡ ଲଗାଇବାରେ ସଫଳ ହୋଇଛନ୍ତି ଇଟାଲିଆନ୍‌ ସର୍ଜନ ସର୍‌ଗିଓ କାନାଭେରୋ । ଏହା ବିଶ୍ୱରେ ପ୍ରଥମ। ଏହି ଧରଣ ମସ୍ତକ ପ୍ରତିରୋପଣରେ ସ୍ପାଇନ୍‌,ନର୍ଭ ଏବଂ ବ୍ଲଡ୍‌ ଭେସେଲ୍‌କୁ ପୁନଃ ସଂଯୋଗ କରାଯାଇଥିଲା ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ ଯେ ଏହି ନୂତନ ପ୍ରକ୍ରିୟା ଦ୍ୱାରା ମରିଯାଇଥିବା ଲୋକକୁ ପୁଣି ଥରେ ଜୀବିତ କରାଯାଇ ପାରିବ । ମାନବ ଶରୀର ଉପରେ ଜୀବନ୍ତ ମାନବ ମସ୍ତକକୁ ପ୍ରତିରୋପଣ କରିବାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି କାନାଭେରୋ । ଏହି ଅସ୍ତ୍ରୋପଚାର କରିବାକୁ ଆମେରିକା ଏବଂ ୟୁରୋପ ଅନୁମତି ନଦେବାରୁ ଏହାକୁ ଚୀନରେ କରାଯାଇଥିଲା । ଏହି ଅସ୍ତ୍ରୋପଚାର ସମ୍ପୁର୍ଣ୍ଣ ଭାବେ ସଫଳ ହୋଇଛି ବୋଲି କାନାଭେରୋ କହୁଥିବା ବେଳେ କିଛି ବୈଜ୍ଞାନିକମାନେ ଏହାକୁ ବିରୋଧ କରିଛନ୍ତି । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, କାନାଭେରୋଙ୍କ ମୁଣ୍ଡ ଠିକ୍‌ ନାହିଁ । ଏଭଳି ଅସ୍ତ୍ରୋପଚାର ଦ୍ୱାରା ଜୀବନ ପାଉଥିବା ବ୍ୟକ୍ତି ମରିବା ଠାରୁ ବି ଅଧିକ କଷ୍ଟ ଭୋଗିଥାନ୍ତି।

ସମ୍ବନ୍ଧିତ ଖବର