ଧାଡିରେ ଛିଡା କରାଇ ଛାତ୍ରମାନଙ୍କ କେଶ କାଟିଦେଲେ ପ୍ରଧାନଶିକ୍ଷକ

ବୀରଭୂମ: ପଶ୍ଚିମବଙ୍ଗରେ ଥିବା ବୀରଭୂମରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ଏଠାରେ ଥିବା ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ଧାଡିରେ ଛିଡା କରାଇ ସେମାନଙ୍କ କେଶ କାଟିଦେଇଛନ୍ତି | ତେବେ ଏହି କେଶ କାଟିବା ଘଟଣା ପଛରେ ଏକ ଭିନ୍ନ କାରଣ ରହିଛି | ମିଳିଥିବା ସୂଚନା ମୁତାବକ ବୀରଭୂମ ଲୋହପୁରରେ ଥିବା ମହାବୀର ରାମ ମେମୋରିଆଲ ବିଦ୍ୟାଳୟକୁ ଛାତ୍ରମାନେ କେଶରେ ରଙ୍ଗ ଲଗାଇ ଆସୁଥିଲେ | ଦିନକୁ ଦିନ ଛାତ୍ରମାନଙ୍କ ଏହି ଭିନ୍ନ ଫେସନ ବଢିବାକୁ ଲାଗିଥିଲା |

photo-zeenews

ଯାହାକୁ ନେଇ ପ୍ରଧାନଶିକ୍ଷକ ଜଣକ ଖପ୍ପା ଥିଲେ | ଏହାକୁ ସମାଧାନ କରିବାକୁ ଯାଇ ମଙ୍ଗଳବାର ଦିନ ପ୍ରଧାନଶିକ୍ଷକ ସମସ୍ତ ଛାତ୍ରଙ୍କୁ ନିଜ ଅଫିସକୁ ଡାକିଥିଲେ | ଯେଉଁମାନେ କେଶରେ ରଙ୍ଗ ଲଗାଇବା ସହ ଲମ୍ବା କେଶ ରଖିଥିଲେ ସେମାନଙ୍କୁ ଧାଡିରେ ଛିଡା କରାଇଥିଲେ | ଏହାପରେ ନିଜେ ନାପିତ ସାଜି ଛାତ୍ରମାନଙ୍କ କେଶ କାଟିଦେଇଥିଲେ |

ପ୍ରଧାନଶିକ୍ଷକଙ୍କ କହିବା ମୁତାବକ ବାରମ୍ବାର ମନା କରିବା ପରେ ବି ପିଲାମାନେ କେଶରେ ରଙ୍ଗ ଲଗାଇ ବିଦ୍ୟାଳୟକୁ ଆସୁଥିଲେ | ଏହାପରେ ପିଲାମାନଙ୍କର ପାଠପଢା ଅପେକ୍ଷା ବେଶଭୂଷାରେ ଅଧିକ ମନ ଲାଗିଥିବାର ସେ ଦେଖିବାକୁ ପାଇଥିଲେ | ଏଭଳି ଘଟଣା ଅନ୍ୟ ଛାତ୍ରମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଥିଲା | ସେଥିପାଇଁ ସେ ଛାତ୍ରମାନଙ୍କ କେଶକୁ ନିଜ ହାତରେ କାଟିଦେଇଥିଲେ |

ସମ୍ବନ୍ଧିତ ଖବର