ଦୁଷ୍ଟ ଛାତ୍ରଙ୍କୁ ସାବାଡ଼ କରିବାକୁ ବାଲକୋନୀରୁ ଓଲଟାଇଲେ ପ୍ରଧାନଶିକ୍ଷକ

ମିର୍ଜାପୁର: ଶିକ୍ଷକଙ୍କ କଥା ନ ମାନିବା ଜଣେ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି | ଶିକ୍ଷକଙ୍କ କଥା ନ ମାନିବାରୁ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରେ ଓଲଟା ଲଟକାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଉତ୍ତରପ୍ରଦେଶ ମିର୍ଜାପୁରର ଅହରୋରା ନଗରର ଏକ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ସଦ୍ଭାବନା ଶିକ୍ଷାନୁଷ୍ଠାନର ଜଣେ ଦ୍ଵିତୀୟ ଶ୍ରେଣୀର ଛାତ୍ର ଶିକ୍ଷକଙ୍କୁ ନ କହି ଗୁପଚୁପ ଖାଇବାକୁ ସ୍କୁଲ ବାହାରକୁ ଯାଇଥିଲେ | ଯେତେବେଳେ ସେ ସ୍କୁଲକୁ ଫେରିଥିଲେ ସେତେବେଳେ ପ୍ରଧାନଶିକ୍ଷକ ରାଗିଯାଇ ବାଲକୋନୀରୁ ତଳକୁ ଝୁଲାଇ ରଖିଥିଲେ |

ଏହା ପରେ ପିଲାଟି କାନ୍ଦିବାକୁ ଲାଗିଥିଲା ଓ ଘରେ ପହଞ୍ଚିବା ପରେ ସେ ତାଙ୍କ ପିତା ରଣଜିତ ଯାଦବଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲା । ରଣଜିତ ଯାଦବ କହିଛନ୍ତି ଯେ ତାଙ୍କ ପୁଅ ଗୁପଚୁପ ଖାଇବାକୁ ଯାଇଥିବାରୁ ସ୍କୁଲର ପ୍ରଧାନଆଚାର୍ଯ୍ୟ ଏଭଳି କରିଛନ୍ତି | ଯେତେବେଳେ ଏହାର ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା, ସେତେବେଳେ ଉତ୍ତେଜନା ଦେଖାଦେଇଥିଲା | ଛାତ୍ରଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଓ ପ୍ରିନ୍ସିପାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି |

ଫଟୋ ଭାଇରାଲ ହେବା ପରେ ଆଜି ସ୍କୁଲ ବାହାରେ ଉତ୍ତେଜନା ଦେଖାଦେଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରବୀଣ କୁମାର ଲକ୍ଷକାରଙ୍କ ନିର୍ଦ୍ଦେଶରେ ଛାତ୍ରଙ୍କ ପିତା ରଣଜିତ୍ ଯାଦବଙ୍କ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ମନୋଜ ବିଶ୍ୱକର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର