ନୂଆଦିଲ୍ଲୀ : ସମ୍ପ୍ରତି ଦ୍ବିତୀୟ ଲହର ପ୍ରାୟ ଫିକା ପଡ଼ି ଆସୁଥିବା ବେଳେ ଗ୍ରିନ୍ ଫଙ୍ଗସ୍ ବା ଏସ୍ପର୍ଗିଲସ୍ ନାମରେ ଆଉ ଏକ କବକର ଉପଦ୍ରବ ଚିନ୍ତାର କାରଣ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୩୪ ବର୍ଷୀୟ ବାସିନ୍ଦା କିଛି ଦିନ ତଲେ କୋଭିଡ୍ରୁ ଆରୋଗ୍ୟଲାଭ କଲା ପରେ ଏହି ନୂତନ ଗ୍ରିନ୍ ଫଙ୍ଗସ୍ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ନୂଆଦିଲ୍ଲୀର ଅରବିନ୍ଦ ହସ୍ପିଟାଲ୍ରେ କୋଭିଡ୍ ପରବର୍ତ୍ତୀ ଚିକିତ୍ସାରେ ଥିବା ଇନ୍ଦୋର ମାଣିକ ବାଗ ରୋଡ୍ ବାସିନ୍ଦା ବିଶାଳ ଶ୍ରୀଧରଙ୍କର ଫୁସ୍ଫୁସ୍ ଓ ସାଇନସ୍ରେ ଏହି ଏସ୍ପର୍ଗିଲସ୍ କବକକୁ ଠାବ କରାଯାଇଛି। ତେବେ ତାଙ୍କ ଠାରେ ଏହି ଗ୍ରିନ୍ ଫଙ୍ଗସ୍ ଠାବ ହେବା ଦେଶର ପ୍ରଥମ ମାମଲା ବୋଲି କୁହାଯାଉଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସବିଶେଷ ସୂଚନା ଆସିପାରିନାହିଁ।
କୋଭିଡ୍ରୁ ଆରୋଗ୍ୟ ହୋଇ ‘ଗ୍ରିନ୍ ଫଙ୍ଗସ୍’ର ଶିକାର
/sambad/media/post_attachments/wp-content/uploads/2021/05/black-fungus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)