ସୁସ୍ଥ ହେଲା ଭାରତର ସର୍ବକନିଷ୍ଠ କରୋନା ରୋଗୀ, ୬ ଦିନର ଚିକିତ୍ସା ପରେ ଘରକୁ ଫେରିବ ୯ ମାସର ଶିଶୁ

ଡେରାଡ଼ୁନ୍ : ଉତ୍ତରାଖଣ୍ଡରେ ଜଣେ ୯ ମାସର ଶିଶୁ ଖୁବ୍‌ ଶୀଘ୍ର କରୋନାରୁ ସୁସ୍ଥ ହୋଇଛି। ଭାରତର ସର୍ବକନିଷ୍ଠ ରୋଗୀ ଭାବେ ସେ ଚିକିତ୍ସିତ ହେବାର ୬ ଦିନ ମଧ୍ୟରେ ସୁସ୍ଥ ହୋଇଛି ଏବଂ ହସ୍ପିଟାଲ୍‌ରୁ ଡିସଚାର୍ଜ‌୍ ହୋଇଛି। ବାପାଙ୍କଠାରୁ କରୋନା ସଂକ୍ରମିତ ହୋଇଥିବା ଏହି ଶିଶୁକୁ ଚିକିତ୍ସା କରିବା ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା ବୋଲି ଡ. ଏନ୍‌ଏସ ଖତ୍ରି କହିଛନ୍ତି। ଶିଶୁଟି ଖୁବ୍‌ କମ୍‌ ବୟସ ହୋଇଥିବାରୁ ତାକୁ ଏକାକୀ ଆଇସୋଲେସନ୍‌ରେ ରଖିବା ସମ୍ଭବପର ନଥିଲା। ସେଥିପାଇଁ ଶିଶୁ ସହ ତା’ ମା’କୁ ମଧ୍ୟ ଆଇସୋଲେସନ୍‌ରେ ରଖାଯାଇଥିଲା ଏବଂ ଉଭୟଙ୍କର ଯତ୍ନ ନେବାକୁ ପଡ଼ିଥିଲା ବୋଲି ଡ. ଖତ୍ରି କହିଛନ୍ତି। କିନ୍ତୁ ଶିଶୁଟି ଖୁବ୍‌ଶୀଘ୍ର ସୁସ୍ଥ ହୋଇଛି। ଡାକ୍ତରମାନେ ଏହି ଶିଶୁର ଚିକିତ୍ସା ପାଇଁ ବେଶୀ ଔଷଧ ବ୍ୟବହାର କରିନଥିବା ଜଣାପଡ଼ିଛି। ଶିଶୁଟି ସୁସ୍ଥ ହେବାଦ୍ବାରା ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନଙ୍କ ମନୋବଳ ମଧ୍ୟ ଅଧିକ ସୁଦୃଢ଼ ହୋଇଛି। ଗଭର୍ଣ୍ଣମେଣ୍ଟ ଡୁନ୍‌ ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ରେ ଏହି ଶିଶୁଟି ଚିକିତ୍ସାଧୀନ ଥିଲା।

ସୂଚନାଯୋଗ୍ୟ, ଶିଶୁ ରୋଗୀମାନଙ୍କୁ ଠିକଣା ସମୟରେ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଯୋଗାଇପାରିଲେ ସେମାନେ ଅତି ବେଶିରେ ସପ୍ତାହରୁ ଦୁଇ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବୋ ଏଭଳି ଏକ ଆଶା ସଂଚାର ହୋଇଛି ଅଳ୍ପ ବୟସ୍କ କରୋନା ରୋଗୀଙ୍କୁ ନେଇ ସଂଘଟିତ ହୋଇଥିବା ଏକ ଗବେଷଣାରୁ। ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ର ସଦ୍ୟ ପ୍ରକାଶିତ ପତ୍ରିକାରେ ଏ ସମ୍ପର୍କରେ ସବିଶେଷ ବିବରଣୀ ଓ ନିର୍ଯାସ ଉଲ୍ଲେଖ ରହିଛିା  ଚୀନ୍ ଓ ସିଙ୍ଗାପୁରରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ୧୦୬୫ ଜଣ ଶିଶୁ ରୋଗୀଙ୍କ ଉପରେ ହୋଇଥିବା ୧୮ଟି ଅନୁଧ୍ୟାନରୁ ଏପରି ସାରାଂଶ ମିଳିପାରିଛିା

ଏହି ଗବେଷଣାରେ ଭାଗ ନେଇଥିବା ଇଟାଲୀର ପାଭିଆ ବିଶ୍ବବିଦ୍ୟାଳୟର ଚିକିତ୍ସା ବିଶେଷଜ୍ଞମାନଙ୍କ ମତରେ ସାର୍ସ–କୋଭ୍–୨ ଭୂତାଣୁ ଦ୍ବାରା ଆକ୍ରାନ୍ତ ଶିଶୁ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣତଃ ଜ୍ବର, ଶୁଖିଲା କାଶ ଏବଂ ଅବସନ୍ନତା ଆଦି ସାମାନ୍ୟ ଲକ୍ଷଣ ଦେଖାଇଥିଲେ କିମ୍ବା ସେମାନଙ୍କ ଠାରେ ଆଦୌ କୌଣସି ଲକ୍ଷଣ ଜଣାପଡି଼ନଥିଲା।  ତେବେ ସେମାନଙ୍କ ମଧ୍ୟରୁ କେବଳ ଜଣକଠାରେ ହିଁ ନିମୋନିଆ ଏବଂ ବୃକକ୍ ନିଷ୍କ୍ରିୟ ପରି ଜଟିଳ ଲକ୍ଷଣ ଦେଖାଦେବା ସହ ତା’କୁ ଇେଣ୍ଟନ୍ସିଭ୍ ଚିକିତ୍ସା ଦେବା ପରେ ସେ ସୁସ୍ଥ ହୋଇପାରିଛିା ସେହିପରି ଶୂନରୁ ୯ ବର୍ଷ ବୟସର ଅଧିକାଂଶ ରୋଗୀ କିଛି କିଛି ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ କେବଳ ଆନୁଷଙ୍ଗିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ମୃତ୍ୟୁମୁଖରେ ପଡି଼ନଥିଲୋ

ସମ୍ବନ୍ଧିତ ଖବର