ବାପାଙ୍କୁ ବିଷ ଦିଆଯାଇଥିବାର ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ପୁଅ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି | ଏବେ ସେ ଗୁରୁତର ହୋଇପଡିଥିବାବେଳେ ନବାଜଙ୍କ ପୁଅ ସଂଗୀନ ଅଭିଯୋଗ ଆଣିଛନ୍ତି | ଜେଲରେ ତାଙ୍କ ବାପାଙ୍କୁ ବିଷ ଦିଆଯାଇଥିବାର ନବାଜଙ୍କ ପୁଅ ଅଭିଯୋଗ କରିଛନ୍ତି | ନବାଜ ସରିଫ ବର୍ତ୍ତମାନ ଭ୍ରଷ୍ଟାଚାର ମାମଲାରେ ଲାହୋରର ଲଖପତ ଜେଲରେ ବନ୍ଦୀ ଅଛନ୍ତି |

ନବାଜଙ୍କ ପୁଅ ହୁସେନ ନବାଜ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କ ଶରୀରରେ ପ୍ଲେଟଲେଟ କମ ହୋଇଯାଇଥିବାରୁ ତାଙ୍କୁ ବିଷ ଦିଆଯାଇଥିବାର ସେ ଅନୁମାନ କରୁଛନ୍ତି | ମଙ୍ଗଳବାର ଆସିଥିବା ମେଡିକାଲ ରିପୋର୍ଟରେ ନବାଜଙ୍କ ଶରୀରରେ ପ୍ଲେଟଲେଟର ସଂଖ୍ୟା ୧୬ ହଜାରରୁ ୨ ହଜାରକୁ ଖସି ଆସିଛି | ଯାହାଫଳରେ ତାଙ୍କ ସ୍ଥିତି ଗୁରୁତର ହୋଇପଡିଛି |

ଏଠାରେ ସୂଚନା ଥାଉ କି ପୂର୍ବରୁ ନବାଜ ସରିଫ୍‌ଙ୍କ ଝିଅ ମରିୟମ ନବାଜଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ମାରିୟମ ଜେଲ୍‌ରେ ଥିବା ତାଙ୍କ ବାପା ନବାଜ ସରିଫ୍‌ଙ୍କୁ ଭେଟିବାପାଇଁ ଲାହୋର ଜେଲ୍‌ ଯାଇଥିବାବେଳେ ଏନ୍‌ଏବି ତାଙ୍କୁ ଗିରଫ କରିଥିଲା |

ସମ୍ବନ୍ଧିତ ଖବର