ନୂଆଦିଲ୍ଲୀ : କୋଭିଡ–୧୯ ବୈଶ୍ଵିକ ମହାମାରୀ କାଳରେ ଆୟୁଷ୍ମାନ ଭାରତ ଏବଂ ଏହା ଅଧିନସ୍ଥ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରଗୁଡିକ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ପରିପାରିଛି । ଯେପରି ସ୍ଵାସ୍ଥ୍ୟସେବା ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ ସେଥିପାଇଁ ଜାନୁୟାରୀରୁ ଜୁଲାଇ ମଧ୍ୟରେ ୧୩,୬୫୭ଟି ଅତିରିକ୍ତ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଦେଶରେ ବିଭିନ୍ନ ଭାଗରେ ଚଳିତ ମାସ ୨୪ ତାରିଖ ସୁଦ୍ଧା ୪୩,୦୨୨ଟି କେନ୍ଦ୍ର କାର୍ଯ୍ୟ କରୁଛି । ଜୁଲାଇ ୧୮ରୁ ୨୪ ମଧ୍ୟରେ ଏହି କେନ୍ଦ୍ରଗୁଡ଼ିକ ଯୋଗାଉଥିବା ସୁବିଧା ସୁଯୋଗ ୪୪.୨୬ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି । ଏପ୍ରିଲ ୧୪ ଠାରୁ ହିସାବ କଲେ ଏହି ସଂଖ୍ୟା ୧୯୨୩.୯୩ ଲକ୍ଷ ଛୁଇଁଛି । ସେଦୃଷ୍ଟିରୁ ଗ୍ରାମାଞ୍ଚଳରେ ଏହି ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରଗୁଡ଼ିକର ଉପସ୍ଥିତି ବେଶ ବାରି ହୁଏ । ସୁଧାର କେନ୍ଦ୍ରଗୁଡ଼ିକ ଅଣସଂକ୍ରାମକ ରୋଗଗୁଡିକର ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରିଛନ୍ତି । କେବଳ ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ପାଇଁ ୩.୮୩ ଲକ୍ଷ, ମଧୁମେହ ପାଇଁ ୩.୧୪ ଲକ୍ଷ, ମୁଖ ଗହ୍ଵର କର୍କଟ ପାଇଁ ୧.୧୫ ଲକ୍ଷ, ସ୍ତନ କର୍କଟ ପାଇଁ ୪୫ ହଜାର ଓ ଗ୍ରୀବା କର୍କଟ ପାଇଁ ୩୬ ହଜାର ରୋଗୀଙ୍କ ପରୀକ୍ଷା କରାଯାଇଛି । ଆରମ୍ଭ ହେବା ଦିନଠାରୁ ଏହି କେନ୍ଦ୍ରଗୁଡ଼ିକ ଏପର୍ଯ୍ୟନ୍ତ ଉଚ୍ଚ ରକ୍ତଚାପ ପାଇଁ ୪.୭୨ କୋଟି, ମଧୁମେହ ପାଇଁ ୩.୧୪ କୋଟି, ମୁଖ ଗହ୍ଵର କର୍କଟ ପାଇଁ ୨.୪୩ କୋଟି, ସ୍ତନ କର୍କଟ ପାଇଁ ୧.୩୭ କୋଟି ଏବଂ ଗ୍ରୀବା କର୍କଟ ପାଇଁ ୯୧.୩୨ ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଛି ।
୪୩ ହଜାର ସୁଧାର କେନ୍ଦ୍ରରେ ୪୪ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା
/sambad/media/post_attachments/wp-content/uploads/2020/02/doctor_hospital_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)