ଜାଣନ୍ତୁ ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ କ’ଣ କରିବେ

ନୂଆଦିଲ୍ଲୀ:  କଡା ଲକଡାଉନ୍ ଏବଂ ସାମାଜିକ ଦୂରତା ପଦକ୍ଷେପ ସହିତ ବିଶ୍ୱରେ ଦେଶଗୁଡିକ ନୋଭେଲ୍ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସଂଘର୍ଷ କରୁଛନ୍ତି | ଏହି ମାରାତ୍ମକ ଭୂତାଣୁ ଦ୍ୱାରା ବିଶ୍ୱରେ ୩.୮୫ ନିୟୁତ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ଏହାର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି |

ଯେହେତୁ ଏସଏଆରଏସ-ସିଓଭି-୨ (କୋଭିଡ-୧୯ ସୃଷ୍ଟି କରୁଥିବା ଭୂତାଣୁ) ବିକଶିତ ହେବାରେ ଲାଗିଛି, ଦିନକୁ ଦିନ ଭୂତାଣୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି | ପ୍ରଥମେ ସଂକ୍ରମିତ ବ୍ୟକ୍ତି ଲକ୍ଷଣ ଦେଖାଇଲେ ହିଁ ସେ କରୋନା ଆକ୍ରାନ୍ତ ହୋଇଛି ବୋଲି ଜଣା ପଡୁଥିବା ବେଳେ ଏବେ ଲକ୍ଷଣ ନ ଥିବା ଲୋକ ମଧ୍ୟ ପରୀକ୍ଷା ପରେ କରୋନା ଆକ୍ରାନ୍ତ ବୋଲି ଜଣାପଡୁଛି | ଏଭଳି ହେବା ଦ୍ୱାରା ଲକ୍ଷଣ ଦେଖାଉ ନଥିବା କରୋନା ଆକ୍ରାନ୍ତ ଅନ୍ୟ ଲୋକଙ୍କୁ ନିଜ ଅଜାଣତରେ ସଂକ୍ରମିତ କରାଉଛନ୍ତି | ଯାହା ବିଶ୍ୱ ପାଇଁ ଏବେ ବଡ ଚିନ୍ତା ପାଲଟିଛି | ସାମାଜିକ ଦୂରତା ସହ ଘରେ ରହୁଥିବା ଲୋକ ମଧ୍ୟ ଏବେ କରୋନା ଆକ୍ରାନ୍ତ ହେଉଥିବା ଦେଖାଯାଉଛି | ତେବେ ଆଜି ଆମେ ଆପଣଙ୍କୁ ଲକ୍ଷଣବିହୀନ କରୋନା ଭୂତାଣୁ ବିଷୟରେ ଜଣାଇବୁ |

ବର୍ତ୍ତମାନ ସାମ୍ନାକୁ ଆସୁଥିବା ରିପୋର୍ଟ ଅନୁଯାୟୀ, କୌଣସି ଲକ୍ଷଣ ନ ଦେଖାଇ କରୋନାଭାଇରସ୍ ଖୁବ ସହଜରେ ବିସ୍ତାର ହୋଇପାରେ ବୋଲି ପ୍ରମାଣ ମିଳିଛି। କିଛି ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମଧ୍ୟ ରୋଗର  କୌଣସି ଲକ୍ଷଣ ଦେଖାନ୍ତି ନାହିଁ। ଫଳସ୍ୱରୂପ, ସେମାନେ ସାଧାରଣ ଜୀବନ ଅତିବାହିତ କରିବା ସହିତ ବନ୍ଧୁ, ପରିବାରର ସଦସ୍ୟ ଏବଂ ଅପରିଚିତ ବ୍ୟକ୍ତିଙ୍କୁ ଭେଟି ଭୂତାଣୁ ବିସ୍ତାର କରଥାନ୍ତି, ଯାହା ବିଷୟରେ ସେମାନଙ୍କୁ ଜଣା ନ ଥାଏ | ଡାକ୍ତରୀ ବିଶେଷଜ୍ଞମାନେ ଆବିଷ୍କାର କରିଛନ୍ତି ଯେ, କୋଭିଡ-୧୯ର ତିନି ପ୍ରକାରର ସାଇଲେଣ୍ଟ ସ୍ପ୍ରେଡର୍ ରହିଛି  ଯଥା ଆସିମ୍ପ୍ଟୋମାଟିକ୍, ପ୍ରିସିମ୍ପ୍ଟୋମାଟିକ୍ ଏବଂ ମାଇଲଡଲି ସିମ୍ପ୍ଟୋମାଟିକ୍ |

timesofindia

୧. ମାଇଲଡଲି ସିମ୍ପ୍ଟୋମାଟିକ୍(ସାମାନ୍ୟ ଲକ୍ଷଣଗତ): ଯେଉଁ ଲୋକମାନେ ଅତି ମୃଦୁ ଲକ୍ଷଣ ପ୍ରଦର୍ଶନ କରନ୍ତି (ସାମାନ୍ୟ କାଶ କିମ୍ବା ଜ୍ୱର ପରି) ସେମାନେ ଟିକିଏ ଦୁର୍ବଳ ଅନୁଭବ କରନ୍ତି |
୨. ପ୍ରେସିମ୍ପ୍ଟୋମାଟିକ୍ : କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ଏହି ଲୋକମାନେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ଲକ୍ଷଣ ବିକଶିତ କରନ୍ତି ନାହିଁ | ପରେ ସେମାନଙ୍କ ଠାରେ କାଶ, ଜ୍ୱର ଏବଂ ଥକାପଣ ଭଳି ଲକ୍ଷଣ ଦେଖାଯାଏ।

୩. ଆସିମ୍ପ୍ଟୋମାଟିକ: ଏମାନେ ଏପରି ବ୍ୟକ୍ତି ଯେଉଁମାନେ ନିଜ ଶରୀରରେ ଭୂତାଣୁ ସଂକ୍ରମଣ କରିବା ସମୟରେ କୌଣସି ଲକ୍ଷଣ ପ୍ରଦର୍ଶନ କରନ୍ତି ନାହିଁ | ଫଳସ୍ୱରୂପ, ସେମାନେ ଅନେକ ଲୋକଙ୍କୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କରାନ୍ତି, ଯାହା ଅଜାଣତରେ ସଂକ୍ରମଣକୁ ବଢ଼ାଇଥାଏ |

ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ କ’ଣ କରିବେ?

ଯଦି ଆପଣ ଜାଣିବାକୁ ପାଇବେ ଯେ, ଆପଣ ଲକ୍ଷଣବିହୀନ କରୋନା ରୋଗୀଙ୍କ ସହିତ ସମ୍ପର୍କରେ ଆସିଛନ୍ତି, ତେବେ ଆପଣ ନିଜକୁ ୧୪ଦିନ ପାଇଁ ସଙ୍ଗରୋଧରେ ରଖିବେ | ଆପଣ ଯେମିତି ଏହି ଭୂତାଣୁ ଦ୍ୱାରା ଅନ୍ୟ କାହାକୁ ସଂକ୍ରମିତ କରାଉନାହାନ୍ତି, ତାହା ନିଶ୍ଚିତ କରିବେ । ସଂପୂର୍ଣ୍ଣ ଜରୁରୀ କାମ ବ୍ୟତୀତ ଘରୁ ବାହାରକୁ ଯିବା ଠାରୁ ଦୂରେଇ ରହିବେ ଏବଂ ଅନ୍ୟ ଲୋକଙ୍କଠାରୁ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବେ | ମୁହଁର ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ | ନାକ ଏବଂ ପାଟିକୁ ସଠିକ୍ ଭାବରେ ଘୋଡାନ୍ତୁ | ଉଚ୍ଚ ବିପଦପୂର୍ଣ୍ଣ ବର୍ଗର ଲୋକମାନେ ( ୫୦ବର୍ଷରୁ ଅଧିକ ବୟସ୍କ ଏବଂ ଯାହାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଛି) ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ |

ସମ୍ବନ୍ଧିତ ଖବର