ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଞ୍ଚି: ରୋଗୀଙ୍କ ପାଇଁ ମିଳିପାରିଲାନି ରକ୍ତ, ଶେଷରେ ନିଜେ ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ରିମସ ମେଡିକାଲରେ ୯ଦିନ ତଳେ ସିଲା ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା | ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାବେଳେ ରକ୍ତ ମିଳିପାରିନଥିଲା | ଯେଉଁଥିପାଇଁ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିପାରୁନଥିଲେ | ଗୁରୁବାର ରାତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବନା ଗୁପ୍ତା ମେଡିକାଲ ପରିଦର୍ଶନରେ ଯାଇଥିବାବେଳେ ଏ ବାବଦରେ ଜାଣିଥିଲେ |

Photo-news18.com

ଏହି ସମୟରେ ମହିଳାଙ୍କ ସ୍ୱାମୀ ନିଜ ଦୁଃଖ କାହାଣୀ ମନ୍ତ୍ରୀଙ୍କୁ ଶୁଣାଇଥିଲେ | ଶେଷରେ ମନ୍ତ୍ରୀ ଡାକ୍ତରଙ୍କ ପାଖରୁ ମହିଳାଙ୍କ ରକ୍ତ ଗ୍ରୁପ ବାବଦରେ ପଚାରିବୁଝିଥିଲେ | ସୌଭାଗ୍ୟବଶତଃ ମହିଳାଙ୍କ ରକ୍ତର ଗ୍ରୁପ ସହ ମନ୍ତ୍ରୀଙ୍କ ରକ୍ତର ଗ୍ରୁପ ମିଶିଥିଲା |

ଏହା ପରେ କାଳବିଳମ୍ବ ନ କରି ମନ୍ତ୍ରୀ ମହିଳାଙ୍କୁ ରକ୍ତ ଦେଇଥିଲେ | ଯାହାଫଳରେ ଡାକ୍ତର ଚିକିତ୍ସା ଆରମ୍ଭ କରିପାରିଥିଲେ | ସେହିପରି ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଅର୍ଥାଭାବରୁ ଅନ୍ୟ ଜଣେ ମହିଳାଙ୍କ ଚିକିତ୍ସା ଅଟକି ରହିଥିଲା | ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର