ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି: କୋଭିଡ୍ ଟେଷ୍ଟିଂ ବଢ଼ାଅ

ନୂଆଦିଲ୍ଲୀ:  କରୋନା ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟସଚିବଙ୍କୁ ଏକ ପତ୍ର ଲେଖି ହଟସ୍ପଟ ଅଞ୍ଚଳରେ ସଠିକ୍ ରଣନୀତି ଅବଲମ୍ବନ କରି କୋଭିଡ୍ ଟେଷ୍ଟିଂ ବଢାଇବାକୁ ପରାମର୍ଶ ଦେଇଛନ୍ତି।

ଗତ କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଥିବାବେଳେ, ଗତକାଲି ତୁଳନାରେ ଏହା ୭.୮ ପ୍ରତିଶତ କମ୍ । ଅନ୍ୟପଟେ ରବିବାର ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ଥିବା ବେଳେ, ସୋମବାର ଏହା ହ୍ରାସ ପାଇ ୧୩.୧୧ ପ୍ରତିଶତରେ ପହଞ୍ଚିଛି । ଖାଲି ସେତିକି ନୁହେଁ, ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ମଧ୍ୟ ତଳକୁ ଖସିଛି । ହେଲେ ଦେଶରେ ସଂକ୍ରମଣ ହ୍ରାସ ପାଉଥିବାବେଳେ, ଟେଷ୍ଟିଂ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି, ଯାହାକୁ ଦେଖିବା ପରେ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଟେଷ୍ଟିଂ କମ ହେବାର କାରଣ, ଆଇସିଏମଆରର ନୂଆ ଗାଇଡଲାଇନ ବୋଲି କୁହାଯାଉଛି । ନୂଆ ଗାଇଡଲାଇନରେ ଆଇସିଏମଆର କହିଛି ଯେ, କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଟେଷ୍ଟିଂ କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଲୋକମାନେ ଜାଣିଶୁଣି କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବି ଟେଷ୍ଟିଂ ନ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର