ଠିକଣା ନ ଜଣାଇଲେ ବି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ : ଗୁଗଲ୍ ସହ ମିଶି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୁଛି ବ୍ୟବସ୍ଥା

ନୂଆଦିଲ୍ଲୀ: ଏଣିକି ଅଜଣା ଅଚିହ୍ନା ସ୍ଥାନ ବା ସହରରେ ସଡକ ଦୁର୍ଘଟଣାର ଶିକାର ହେଲେ ଆପଣଙ୍କୁ ୧୦୮ ଆମ୍ବୁଲାନ୍ସକୁ ଡାକିବା ପାଇଁ ଆଉ ଲୋକେସନ୍ ଦେବାକୁ ଆବଶ୍ୟକ ପଡ଼ିବ ନାହିଁ । ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଫିଚର କୌଣସି ବି ଫୋନରେ କଲ କରନ୍ତି ତେବେ ବି ଆମ୍ବୁଲାନ୍ସ ଆପଣଙ୍କଠାରୁ ବିନା ଠିକଣା ଜାଣି ଘଟଣାସ୍ଥଳରେ ପହଞ୍ଚିଯିବ । ଆକ୍ସିଡେଣ୍ଟ  ସ୍ପଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଉଭୟ ଗୁଗଲ୍ ଏବଂ ଟେଲିକମ ସର୍ଭିସ ପ୍ରୋଭାଇଡରଙ୍କ ସହ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ୧୦୮ କଲ ସେଣ୍ଟର ଅପଡେଟ୍ କରାଯାଇଛି।

ଟାୱାର ଜରିଆରେ ଜଣାପଡ଼ିବ କଲରଙ୍କ ଲୋକେସନ୍

ଏହି ବ୍ୟବସ୍ଥା ଅନୁସାରେ ସ୍ମାର୍ଟ ଫୋନରୁ କଲ କରିବା ଦ୍ୱାରା ସ୍ପଟ ଯାଏଁ ପହଞ୍ଚିବା ପାଇଁ ଜିପିଏସର ସହାୟତା ନିଆଯିବ । ସେହିପରି, ଫିଚର ଫୋନରୁ କଲ କଲେ ଟାୱାର ଲୋକେସନ ଜରିଆରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଯିବ । ବିନା ଇଂଟରନେଟ ବାଲା ଫୋନରୁ କଲ କଲେ କଲ ସେଣ୍ଟରକୁ ନିକଟସ୍ଥ ସର୍ଭିସ ପ୍ରୋଭାଇଡରଙ୍କଠାରୁ ଏକ ମେସେଜ ମିଳିବ । ଯେଉଁଥିରେ ଦୁର୍ଘଟଣା ଘଟିଥିବାର ସ୍ଥାନ ସଂପର୍କରେ ପୂରା ତଥ୍ୟ ଉଲ୍ଲେଖ ଥିବ । ଏହାପରେ କଲ ସେଣ୍ଟର, ଫୋନ କରିଥିବା ବ୍ୟଙ୍କିଙ୍କର ଲୋକେସନ ନିକଟସ୍ଥ ଆମ୍ବୁଲାନ୍ସକୁ ଫରୱାର୍ଡ କରିବ, ଯାହାଦ୍ୱାରା ପୀଡିତକୁ ଖୁବ ଶୀଘ୍ର ସୁବିଧା ମିଳିପାରିବ ।

ଏଠାରେ ଆମେ କହି ରଖୁଛୁ କି, ଯଦି ଘଟଣାସ୍ଥଳରୁ ଟାୱାର ୨୦୦ରୁ ୩୦୦ ମିଟରର ଆଖପାଖରେ ରହିଛି ତେବେ ଆମ୍ବୁଲାନ୍ସ ୨୫ ମିନିଟ୍ ଭିତରେ ପହଞ୍ଚିଯିବ । ଉତ୍ତର ପ୍ରଦେଶରେ ଏହାର ପାଇଲଟ ପ୍ରୋଜେକ୍ଟ ସଫଳ ରହିଛି । ୟୁପିରେ ଏହି ସୁବିଧା ଆଗାମୀ ଫ୍ରେବୃଆରିରେ ଆରମ୍ଭ ହୋଇଯିବ । ଏହାପରେ ଦେଶର ବାକି ରାଜ୍ୟମାନଙ୍କରେ ଏହାର ଶୁଭାରମ୍ଭ କରାଯିବ । ଉଲ୍ଲେଖନୀୟ କି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନୁସାରେ ସାରା ଦେଶରେ ୨୫ ହଜାର ଆମ୍ବୁଲାନ୍ସ ଚାଲୁଛି ।

ସମ୍ବନ୍ଧିତ ଖବର