ନୂଆଦିଲ୍ଲୀ: ପୂର୍ବରୁ କରୋନା ଭଳି ମହାମାରୀ ସହ ଲଢ଼ୁଥିବା ଭାରତ ଏବେ ବ୍ଲାକ୍ ଫଙ୍ଗସ ସହ ଲଢ଼ିବା ଆରମ୍ଭ କରିଛନ୍ତି | ପୂର୍ବରୁ କରୋନା ଟିକାର ଅଭାବ ଦେଶରେ ଦେଖାଦେଉଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧର ଅଭାବ ଦେଖିବାକୁ ମିଳିଛି | ତେବେ ଅଭାବକୁ ଦୂର କରିବା ପାଇଁ ଉତ୍ପାଦନ ବୃଦ୍ଧି କରାଯାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ |
ତାଙ୍କ କହିବା ମୁତାବକ, ସୀମିତ ଯୋଗାଣ ପାଇଁ ଦେଶରେ ଆମ୍ଫୋଟେରିସିନ୍ ବି ଉପଲବ୍ଧ ଥିଲା | ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏହାର ଉପଲବ୍ଧତା ଏବଂ ଯୋଗାଣ ବର୍ତ୍ତମାନ ବୃଦ୍ଧି କରାଯାଉଛି | ୫ଟି ଅତିରିକ୍ତ ନିର୍ମାତାଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଔଷଧ ମନ୍ତ୍ରାଳୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହିତ ସମନ୍ୱୟ ରକ୍ଷା କରୁଛି |
/sambad/media/post_attachments/ea5fdff99710a993dfa4fdd40afa05d395da812c7103a305fa397ff6874accc2.jpg)
ଦେଶର କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ, ଦେଶରେ କେବଳ ୭ଟି ରାଜ୍ୟରେ ୧୦,୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୬ଟି ରାଜ୍ୟରେ ୫୦୦୦-୧୦,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ଏହା ସହ ୬ଟି ରାଜ୍ୟରେ ମୃତ୍ୟୁସଂଖ୍ୟା ଅଧିକ ରହୁଛି | ସେଗୁଡିକ ହେଲା, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ | ୯୩ରୁ ଅଧିକ ଜିଲ୍ଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି |
ଟିକାର ଦୁଇଟି ଡୋଜ ନେଇ ସାରିଥିବା ଯାତ୍ରୀଙ୍କୁ ଭ୍ୟାକସିନ ପାସପୋର୍ଟ ଦେବା ନେଇ ପଚାର ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ କୌଣସି ସହମତି ନାହିଁ | ଦୁଇଟି ଡୋଜ ନେଇ ସାରିଥିବା ଲୋକଙ୍କୁ ଭ୍ୟାକସିନ ପାସପୋର୍ଟ ଦିଆଯିବା ନେଇ ଆଲୋଚନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଏବଂ ଦେଶଗୁଡିକର ନିର୍ଦ୍ଦେଶାବଳୀ ଅନୁଯାୟୀ, ନେଗେଟିଭ କରୋନା ପରୀକ୍ଷା ରିପୋର୍ଟ ଥିବା ଲୋକଙ୍କୁ ଅନୁମତି ଦିଆଯାଉଛି |