ବେଙ୍ଗାଲୁରୁ: କର୍ଣ୍ଣାଟକ କୃଷି ମନ୍ତ୍ରୀ ବି ସି ପାଟିଲ ଏବଂ ତାଙ୍କ ପତ୍ନୀଙ୍କୁ ଟିକାକରଣ ନିୟମ ଉଲ୍ଲଂଘନ କରି ଟିକା କେନ୍ଦ୍ର ବଦଳରେ ଘରେ କୋଭିଡ୍-୧୯ ଟିକା ଦେଇଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ମାର୍ଚ୍ଚ ୨୬ରେ ଜାରି କରାଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିଶନର ଡ. କେ.ଭି ତ୍ରିଲୋକ ଚନ୍ଦ୍ର କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ପାଇଁ ହାଭେରୀ ଜିଲ୍ଲାର ହିରେକୁରର ତାଲୁକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଜେଡ୍.ଆର.ମାଖନ୍ଦରଙ୍କୁ ସରକାରୀ ସେବାରୁ ନିଲମ୍ବନ କରିଛନ୍ତି।
ବାରମ୍ବାର ତାଲିମ ଏବଂ ନିର୍ଦ୍ଦେଶ ସତ୍ତ୍ୱେ ନିଲମ୍ବିତ ଅଧିକାରୀ ଡ. ମାଖନ୍ଦର ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ତାଙ୍କ ବାସଭବନରେ ଟିକା ଦେଇଥିଲେ ବୋଲି ଆଦେଶରେ କୁହାଯାଇଛି। ଏଥିସହ ଏ ନେଇ ଆରମ୍ଭ ହୋଇଥିବା ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପୂର୍ବ ଅନୁମତି ବିନା କାର୍ଯ୍ୟ କ୍ଷେତ୍ର ନ ଛାଡିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Took the #COVID19Vaccine with my wife, at my Hirekerur house from the Govt. doctors today.
While 'Made In India' vaccines are being immensely appreciated by many countries, some vested interest groups are spreading false information about the vaccines.@DDChandanaNews | @DHFWKApic.twitter.com/yE6fYZTddJ
— Kourava B.C.Patil (@bcpatilkourava) March 2, 2021
ଯେତେବେଳେ ୬୦ ବର୍ଷରୁ କମ ବୟସ୍କଙ୍କ ପାଇଁ ଟିକାର ଅନୁମତି ନ ଥିଲା, ସେତେବେଳେ ମାର୍ଚ୍ଚ ୨ରେ ମନ୍ତ୍ରୀ ତାଙ୍କ ବାସଭବନରେ ନିଜେ ଟିକା ନେବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଟିକା ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଏହାକୁ କେନ୍ଦ୍ର କରି ଏକ ବିବାଦର ସୂତ୍ରପାତ ହୋଇଥିଲା।