କରୋନା ଆକ୍ରାନ୍ତଙ୍କ ସଠିକ ତଥ୍ୟକୁ ନେଇ ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବଙ୍କୁ ବଦଳାଇଲେ ମମତା ସରକାର

କୋଲକାତା: କରୋନା ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗ ସରକାର ବଡ଼ ଧରଣର ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସଚିବ ବିବେକ କୁମାରଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଥିବାବେଳେ ତାଙ୍କ ବଦଳରେ ନାରାୟଣ ସ୍ୱରୂପ ନିଗମଙ୍କୁ ନୂଆ ସ୍ୱାସ୍ଥ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ଏଠାରେ ସୂଚନା ଥାଉ କି କରୋନା ସଂପର୍କରେ ମମତା ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଛି। ବିଶେଷକରି ତଥ୍ୟ ଲୁଚାଇବାର ଅଭିଯୋଗ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ |

ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନସିଂ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଯେ କେନ୍ଦ୍ର ସରକାର କରୋନା ସଙ୍କଟ ସମୟରେ ରାଜନୀତି କରିବା ଭଲ ନୁହେଁ। ମମତା ବାନାର୍ଜୀ କହିଥିଲେ ଯେ କେନ୍ଦ୍ର ସରକାର ଭେଦଭାବ କରୁଛନ୍ତି | ସେ କହିଥିଲେ ଯେ କରୋନା ବିରୋଧ ଲଢେଇରେ ରାଜ୍ୟ ସରକାର ଭଲ କାମ କରୁଛନ୍ତି ।


କେନ୍ଦ୍ର ବୁଝିବା ଉଚିତ ଯେ ପଶ୍ଚିମବଙ୍ଗକୁ ଲାଗି ଏକ ଆନ୍ତର୍ଜାତୀୟ ସୀମା ଅଛି। ଏହା ପୂର୍ବରୁ ଭାରତ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ଜଣାଇଥିଲେ ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବାବଦରେ ଦିଆଯାଇଥିବା ତଥ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି।

ସମ୍ବନ୍ଧିତ ଖବର