ବେଙ୍ଗାଲୁରୁ: ପଡ଼ୟରୟାପୁରାଠାରେ ପୌରସଂସ୍ଥାର ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଆକ୍ରମଣ କରି ରବିବାର ଦିନ ଅନ୍ୟୂନ ୫୯ଜଣ ଲୋକ ଗିରଫ ହୋଇଛନ୍ତି। କ୍ବାରେଣ୍ଟିନ୍ରେ ଥିବା ସନ୍ଦିଗ୍ଧ କରୋନାଭାଇରସ୍ କୋଭିଡ୍-୧୯ ରୋଗୀମାନଙ୍କୁ ସ୍ଥାନାନ୍ତର କରିବାକୁ ଏହି ସ୍ବାସ୍ଥ୍ୟକର୍ମୀମାନେ ଆସିଥିଲେ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଏହି ଘଟଣାରେ ୫ଟି ଏଫ୍ଆଇଆର୍ ରେଜିଷ୍ଟ୍ରି କରାଯାଇଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପଡ଼ୟରୟାପୁରା ରେଡ୍ ଜୋନ୍ ଭାବେ ଘୋଷିତ ହୋଇଛି। ଏଠାରୁ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା ପରୋକ୍ଷ ଭାବେ ସଂକ୍ରମିତ ୧୫ଜଣଙ୍କୁ ଚିହ୍ନଟ କରିଥିଲା। କ୍ବାରେଣ୍ଟିନ୍ କେନ୍ଦ୍ର ବିଷୟରେ ଗୁଜବ ଶୁଣି ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ବିରୋଧରେ ସ୍ଲୋଗାନ୍ ମଧ୍ୟ ଦେଇଥିଲେ। ସେମାନେ ‘ବିବିଏମ୍ପି’ର ଅସ୍ଥାୟୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଚେୟାର୍ ଓ ଟେବୁଲ୍ ଆଦି ଫିଙ୍ଗି ଦେଇଥିଲେ। କେତେକ ସ୍ଥାନୀୟ ବାସିନ୍ଦା ସେ ଅଞ୍ଚଳର ବରେିକେଡ୍ ଭାଙ୍ଗି ଦେବା ସହ ପୁଲିସ ପୋଷ୍ଟ୍ ଉଠାଇ ଦେଇଥିଲେ।
Image Source: IBTimes Indiaକେତେକ ଲୋକ କ୍ବାରେଣ୍ଟିନ୍ ସେଣ୍ଟର୍ମାନଙ୍କୁ ଯିବାକୁ ରାଜି ହୋଇଥିଲେ ମଧ୍ୟ ଅନ୍ୟ କେତେକ ପ୍ରତିରୋଧ କରିଥିଲେ। ଫଳରେ ସେଠାରେ ଲୋକେ ପହଞ୍ଚି ପୌର କର୍ମଚାରୀ ଏବଂ ଆଶା କର୍ମୀମାନଙ୍କୁ ଆକ୍ରମଣ କରିଥିଲେ।
ସ୍ବଳ୍ପ ପୁଲିସ ପରିସ୍ଥିତି ଆୟତ୍ତ କରିବାରେ ବିଫଳ ହେବାରୁ ଅଧିକ ପୁଲିସ ଫୋର୍ସ ଆସି ଆକ୍ରମଣକାରୀ ଘଉଡ଼ାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/arrests.jpg)