କରୋନା ସଂକ୍ରମଣ ପ୍ରାରମ୍ଭିକ ସ୍ତରରେ ଥିଲେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରୟୋଗ କରାଯିବ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ଚିକିତ୍ସା ବେଳେ ରାମଡେସଭିର ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବ୍ୟବହାର ସମ୍ପର୍କରେ ନିଜର ଗାଇଡଲାଇନକୁ ବଦଳାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ମନ୍ତ୍ରାଳୟର ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକୋଲ୍ସ ଅଫ କୋଭିଡ-୧୯ ଅନୁସାରେ ଏଣିକି କରୋନା ସଂକ୍ରମଣ ପ୍ରାରମ୍ଭିକ ସ୍ଥିତିରେ ଥିଲେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଓ ମଧ୍ୟମଧରଣର ସ୍ଥିତିରେ ଥିଲେ ରାମଡେସଭିରର ପ୍ରୟୋଗ କରାଯିବାକୁ ଏହି ସଂଶୋଧିତ ଗାଇଡଲାଇନରେ କୁହାଯାଇଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିକାରୀ ଔଷଧ ଟୋସିଲିଜୁମାବର ପ୍ରୟୋଗକୁ ମଧ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ପୂର୍ବରୁ କେବଳ ଗୁରୁତର ସ୍ଥିତିରେ ଥିବା ରୋଗୀମାନଙ୍କୁ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରଦାନ ପାଇଁ ମନ୍ତ୍ରାଳୟ ଅନୁମତି ଦେଇଥିଲା ।
ଏହି ସଂଶୋଧିତ ନିୟମାବଳୀ ଅନୁସାରେ ସ୍ୱାଦ ବାରିବାରେ ଅକ୍ଷମତା (ଆଗେଉସିଆ) କିମ୍ବା ବାସ୍ନା ବାରିବାରେ ଅକ୍ଷମତା (ଆନୋସମିଆ) କୁ କରୋନାର ଏକ ଲକ୍ଷଣଭାବେ ତାଲିକାଭୁକ୍ତ କରାଯାଇଛି ।
ପୂର୍ବରୁ କରୋନାର ୭ଟି ଲକ୍ଷଣ ଚିହ୍ନଟ କରାଯାଇଥିଲା । ସେଗୁଡ଼ିକ ହେଉଛି ଜ୍ୱର,କାଶ, ନିଶ୍ୱାସ ନେବାରେ ଅସୁବିଧା, କଫ, ମାଂସପେଶୀରେ ଯନ୍ତ୍ରଣା, ନାକ ବୋହିବା ଓ ଝାଡ଼ା ।

ସମ୍ବନ୍ଧିତ ଖବର