ନୂଆଦିଲ୍ଲୀ : ୨୦୦୨ ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଆଗୁଆ ଛାଡ଼ କରାଯିବାକୁ ବିରୋଧ କରି ବିଲ୍କିସ ବାନୋ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ। କୋର୍ଟ ଆସନ୍ତା ଡିସେମ୍ବର ୧୩ ତାରିଖରେ ବାନୋଙ୍କ ଆବେଦନର ଶୁଣାଣି କରିବେ। ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ବେଲା ତ୍ରିବେଦୀ ବିଲକିସ ବାନୋଙ୍କ ଆବେଦନର ଶୁଣାଣି କରିବେ।
ବିଲକିସ ବାନୋଙ୍କ ପକ୍ଷରୁ ଆଇନଜୀବୀ ଶୋଭା ଗୁପ୍ତା ଗତ ନଭେମ୍ବର ୩୦ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନିକଟରେ ପିଟିସନ୍କୁ ଉଲ୍ଲେଖ କରିଥିଲେ। ବିଲକିସ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଏହି ଅପରାଧରେ ସେ ଜଣେ ପୀଡ଼ିତା ହୋଇଥିଲେ ସୁଦ୍ଧା ଦୋଷୀଙ୍କୁ ଛାଡ଼ କରାଯିବା ନେଇ ତାଙ୍କୁ କୌଣସି ଖବର ଦିଆଯାଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Bilkis.jpg)