ଆଜି ରାତି ବି ଜେଲରେ କଟାଇବେ ଆରୟନ , ଜାମିନ ପାଇଲେ ଦୁଇ ଓଡ଼ିଆ ଯୁବକ

ନୂଆଦିଲ୍ଲୀ : ଆଉ ଗୋଟିଏ ରାତି ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ବିତେଇବେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁତ୍ର ଅରୟନ ଖାଁ । ବମ୍ବେ ହାଇକୋର୍ଟରେ ଆଜି ଆରମ୍ଭ ହୋଇଥିବା ଜାମିନ ଆବେଦର ଶୁଣାଣି ଆସନ୍ତା କାଲି ମଧ୍ୟ ଜାରି ରହିବ ।

ଅନ୍ୟପକ୍ଷରେ ସମାନ ମାମଲାରେ ଜେଲରେ ଥିବା ଓଡ଼ିଶାର ଦୁଇ ଯୁବକ ଅଭିନ ସାହୁ ଓ ମନିଷ ରାଜଗାଡ଼ିଆଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରୁଜ ଜାହାଜ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଏହି ଦୁଇଜଣଙ୍କୁ ପ୍ରଥମେ ଜାମିନ ଦିଆଯାଇଛି ।

ଆସନ୍ତା କାଲି ଅପରାହ୍ଣ ସାଢେ ୨ଟାରେ ପୁଣି ଥରେ ଆରୟନଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହେବ । ଆରୟନଙ୍କ ପକ୍ଷରୁ ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ମାମଲା ଲଢୁଛନ୍ତି ।

ଆଜି ଶୁଣାଣି ବେଳେ ରୋହତଗୀ କହିଥିଲେ ଯେ ଆରୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ, ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ । ଏକ ସ୍ବଳ୍ପ ପରିମାଣର ଡ୍ରଗ୍ସ ମିଳିବା ଗିରଫଦାରି ପାଇଁ ଯଥେଷ୍ଟ ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ହ୍ବାଟ୍ସଆପ ଚାଟ ୨୦୧୮, ୨୦୧୯ ଓ ୨୦୨୦ର । ସେଗୁଡ଼ିକ କ୍ରୁଜ ପାର୍ଟି ସହ ସଂପର୍କିତ ନୁହେଁ ।

 

 

ସମ୍ବନ୍ଧିତ ଖବର