ମହାକାଳେଶ୍ବର ମନ୍ଦିର ପରିସରରେ ପୂଜାରୀଙ୍କ ପୁଅଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: କମ ବୟସରେ ହୃଦଘାତ ହେବାଘଟଣା ଦିନକୁ ଦିନ ବୃଦ୍ଧି ପାଇବାରରେ ଲାଗିଛି। ଏମିତି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ପ୍ରସିଦ୍ଧ ମନ୍ଦିରରେ ଘଟିଛି।

ମଧ୍ୟପ୍ରଦେଶର ଉଜୈନସ୍ଥିତ ମହାକାଳେଶ୍ବର ମନ୍ଦିରର ପୂଜାରୀଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। କାରଣ ପୂଜାରୀ ମଙ୍ଗେଶ ଶର୍ମାଙ୍କ ୧୭ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ପୁଅଙ୍କ ନାମ ମୟଙ୍କ ଶର୍ମା ବୋଲି ଜଣାପଡ଼ିଛି।

 

ମୟଙ୍କ ମହାକାଳେଶ୍ବର ମନ୍ଦିର ପରିସରରେ ତଲୱାରବାଜି କରୁଥିଲେ। ଲୋକେ ବି ଭିଡ଼ ଜମାଇ ମୟଙ୍କ ତଲୱାରବାଜିର ବେଶ ଆନନ୍ଦ ନେଉଥିଲେ। ହଠାତ ଏହି ସମୟ‌ରେ ମୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ସେ ତଳେ ପଡ଼ିଯାଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ କି ଡାକ୍ତର ମୟଙ୍କୁ ମୃତ ଘୋଷଣା କରିଥିଲେ। ମୟଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଥିବା ଚିକିତ୍ସା କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ମୟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଶୋଖରଛାୟା ଖେଳି ଯାଇଥିଲା।ମନ୍ଦିର ପରିସରରେ ତଲୱାରବାଜି କରୁଥିବା ସମୟରେ ମୟଙ୍କ ଏକ ଭିଡିଓ ବି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର