ଭୋପାଳ : ରାଜସ୍ଥାନର ନଶିରାବାଦ୍ ସହରରେ ଜଣେ ନାବାଳକ ପବ୍ଜୀ ଗେମ୍ ଖେଳୁଥିବା ସମୟରେ ମୃତ୍ୟୁବରଣ କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ମେ’ ୨୬ରେ ଘଟିଥିବା ବେଳେ ଫୁରକାନ୍ କୁରେଶୀ ସେ ଦିନ ୬ଘଣ୍ଟା ଧରି ଗେମ୍ ଖେଳିଥିଲେ । କିନ୍ତୁ ହାରିଯିବାରୁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । । ମୃତ ଫୁରକାନ୍ ନଶିରାବାଦ୍ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଥିଲେ ।
/sambad/media/post_attachments/wp-content/uploads/2019/05/PUBG-Inlay-770x433-300x169.jpg)
ଫୁରକାନଙ୍କ ବାପାଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ଫୁର୍କାନର ସଂପର୍କୀୟ ଭଉଣୀ ବିବାହରେ ଯୋଗ ଦେବା ପାଇଁ ପାଇଁ ଆମେ ମଧ୍ୟପ୍ରଦେଶର ନିମୁଚ୍କୁ ଆସିଥିଲୁ । ସମସ୍ତେ ବିବାହ କାମରେ ଲାଗିଥିଲେ ମଧ୍ୟ ଫୁରକାନ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ । ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ୟ ସେ କାହା କଥା ଶୁଣି ି ନଥିଲେ । ମେ’ ୨୬ରେ ସେ ଦିନ ୧୨ଟା ୩୦ମିନିଟ୍ରୁ ଖେଳିବା ଆରମ୍ଭ କରିବା ସହ ସଂନ୍ଧ୍ୟା ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ଖେଳିଥିଲା । ଏହି ସମୟରେ ସେହି ଘରେ ଫୁର୍କାନଙ୍କଠାରୁ ଦୁଇ ବର୍ଷ ସାନ ଥିବା ତାଙ୍କ ଭଉଣୀ ଫିଜା ଉପସ୍ଥିତ ଥିଲେ । ଗେମ୍ ହାରିବା ପରେ ଫୁର୍କାନ ଜୋରରେ, ଅୟାନ ତୁମେ ମୋତେ ହରାଇଦେଲ ଏବଂ ମାରିଦେଲ । ଏବେ ମୁଁ ତୋ ସହ ଖେଳିବି ନାହିଁ ବୋଲି କହି ଖଟ ଉପରେ ପଡ଼ି ଯାଇଥିଲେ । ଫୁର୍କାନଙ୍କ ପାଟି ଶୁଣି ଆମେ ଭିତରକୁ ଯିବା ପରେ ସେ ଅଚେତ ହୋଇ ଯାଇଥିବା ଦେଖିଥିଲୁ । ଯାହା ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ହୃଦ୍ଘାତ ବୋଲି କହିଥିଲେ ଡ଼ାକ୍ତର ।