ସ୍କୁଲ ବସ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହେଲା ହୃଦଘାତ, ତଥାପି ବଞ୍ଚାଇଦେଲେ ପିଲାମାନଙ୍କ ଜୀବନ

ଲୁଧିଆନା: ବସରେ ଥିଲେ ୫୦ରୁ ଅଧିକ ପିଲା, ଆଉ ହଠାତ ଡ୍ରାଇଭରଙ୍କୁ ହେଲା ହୃଦଘାତ | ତଥାପି ନିଜ ଜୀବନକୁ ଖାତିର ନ କରି ଷ୍ଟିୟରିଂରୁ ହାତ ଛାଡ଼ି ନଥିଲେ | କିଛି ଏଭଳି କାମ କରି ଡ୍ରାଇଭର ଜଣକ ଛାତ୍ରଛାତ୍ରୀଙ୍କ ଜୀବନ ସିନା ବଂଚାଇଦେଇଛନ୍ତି କିନ୍ତୁ ନିଜେ ଜୀବନ ହାରି ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ, ଲୁଧିଆନାର ଏକ ସ୍କୁଲର ବସ ଡ୍ରାଇଭର ସବୁଦିନ ଭଳି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ଡ୍ରାଇଭର ଜଣକ ଯନ୍ତ୍ରଣାକୁ ସହି  ଗାଡ଼ିଟିକୁ ରାସ୍ତା କଡ଼କୁ ନେଇ ଛିଡା କରିଦେଇଥିଲେ | ଏହା ପରେ ପରେ ସିଟରେ ବସିଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |  ପିଲାମାନେ ଏଭଳି ସ୍ଥିତି ଦେଖି ଭୟରେ ନିଜ ବାପା-ମାଙ୍କୁ ଫୋନ୍ କରିଥିଲେ।

Medical News Today

ସୂଚନା ପାଇବା ପରେ  ପୁଲିସ ଘଟଣାସ୍ଥଳରେ ପହଂଚି ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣା ପରେ ପିଲାମାନେ ଦୁଃଖରେ ଭାଙ୍ଗିପଡିଛନ୍ତି | ସେମାନଙ୍କ ଜୀବନ ବଞ୍ଚାଇଥିବାରୁ ଡ୍ରାଇଭରଙ୍କୁ ଧନ୍ୟବାଦ ଦେବାକୁ ଚାଁହୁଥିଲେ ବି ଏବେ ସେ ନ ଥିବାରୁ କାନ୍ଦ ଲାଗୁଛି ବୋଲି ପିଲାମାନେ କହିଛନ୍ତି |

ସମ୍ବନ୍ଧିତ ଖବର