ନିର୍ବନ୍ଧର କିଛି ଦିନ ପୂର୍ବରୁ ଆର ପାରିକୁ ଚାଲିଗଲା ପ୍ରେମିକା,ମୃତ୍ୟୁ ପରେ ପ୍ରେମିକ ଯାହା କଲା ତା’କୁ ଦେଖି କାନ୍ଦି ପକାଇଲେ ଲୋକେ

ନୂଆଦିଲ୍ଲୀ : ତାଇଓ୍ଵାନରେ ଜଣେ ପ୍ରେମିକ ନିଜ ପ୍ରେମିକା ପାଇଁ କରିଥିବା କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପ୍ରେମିକ କରିଥିବା କାମକୁ ସମସ୍ତେ ଏବେ ପ୍ରଶଂସା କରିବା ସହ ତାଙ୍କର ଏଭଳି କାମ ଆଜିକାଲିର ପ୍ରେମିଯୁଗଳଙ୍କୁ ଅନେକ କିଛି ଶିଖାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ,ତାଇଓ୍ଵାନରେ ରହୁଥିବା ତ୍ସାଇ ଶେନ୍‌ଜେନ୍‌ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ଦୁହେଁ ସବୁଠାରୁ ଭିନ୍ନ ବିବାହ କରିବା ପାଇଁ ମନସ୍ଥ କରିଥିବା ବେଳେ ନିର୍ବନ୍ଧର ତାରିଖ ଠିକ୍‌ କରାଯାଇଥିଲା । ସବୁ ପ୍ରସ୍ତୁତି ସରିଥିବା ବେଳେ ହଠାତ୍‌ ତ୍ସାଇଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗିି ପଡ଼ିଥିଲା । ନିର୍ବନ୍ଧର ଚାରି ଦିନ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପ୍ରେମିକା ମୃତ୍ୟୁବରଣ କରିଥିଲେ ।

Canadian Parvasi

ଏ ଖବର ତାଙ୍କୁ ବିଚଳିତ କରି ଦେଇଥିଲେ ମଧ୍ୟ ସେ ନିଜ ପ୍ରେମିକାର ଇଚ୍ଛା ପୁରଣ କରିବେ ବୋଲି ମନସ୍ଥ କରିଥିଲେ । ଯାହା ପାଇଁ ସେ ନିଜ ପ୍ରେମିକାର ମୃତଦେହ ସହ ନିର୍ବନ୍ଧ କରିବା ପରେ ବିବାହ କରିଥିଲେ । ଏହି ବିବାହରେ ତାଙ୍କ ପରିବାର ଏବଂ ସଂପର୍କୀୟମାନେ ମଧ୍ୟ ସାମିଲ ହୋଇଥିଲେ । ତ୍ସାଇଙ୍କ ନିଜ ପ୍ରେମିକା ପ୍ରତି ଏତେ ଭଲ ପାଇବା ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ସମ୍ବନ୍ଧିତ ଖବର