କୋଲ୍‌କାତା: ସୋମବାର ରାତିରେ ଜଣେ ହୃଦ୍‌ରୋଗୀ ଗୋଟାଏ ଧାରୁଆ ଅସ୍ତ୍ରରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ମହଲା କୋଠା ଛାତରୁ ଡେଇଁପଡ଼ି ଜୀବନ ହରାଇଥିବା କଥା ପୁଲିସ କହିଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯.୧୫ ସମୟରେ ପଶ୍ଚିମବଙ୍ଗର ଆନନ୍ଦପୁର ଥାନା ଅନ୍ତର୍ଗତ ନନଦନଗା ବାଲ୍ମିକୀ ଆମ୍ବେଦକର ଅବସାନ ଅଞ୍ଚଳରେ ଘଟଣାଟି ଘଟିଛି। ଛାତ ନିର୍ମାଣ କଣ୍ଟ୍ରାକ୍ଟର୍‌ ଭାବେ କାର୍ଯ୍ୟ କରୁଥିବା ୭୭ ବର୍ଷିୟ ଅମୂଲ୍ୟ ସମାଦ୍ଦାର୍‌ଙ୍କ ୬୧ ବର୍ଷିୟ ସ୍ତ୍ରୀ ଗୀତା ମସାଦ୍ଦାର ଗତ ୧୦ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଭାବେ ପଡ଼ିଥିଲେ। ଆର୍ଥିକ ଅନଟନ ମଧ୍ୟରେ ସ୍ବାମୀ ଅମୂଲ୍ୟ ହିଁ ଥିଲେ ତାଙ୍କର ଏକମାତ୍ର ତତ୍ତ୍ବାବଧାରକ।

publive-image Image Courtesy of Times of India

ଅମୂଲ୍ୟଙ୍କ ପକେଟରୁ ମିଳିଥିବା ସୁସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଅଛି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ମୋ ସ୍ତ୍ରୀକୁ ବି ମୁଁ ହତ୍ୟା କରିଛି।

ପୁଲିସ କହିଛି ଯେ, କିଛି ବର୍ଷ ହେବ ଅମୂଲ୍ୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୁଇ ଦିନ ତଳେ ସେ ଜଣେ ହୃଦ୍‌ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିଥିଲେ। ସେ ତାଙ୍କୁ କେତେକ ପରୀକ୍ଷା କରାଇବାକୁ କହିବା ସହିତ ହୃତ୍‌ପିଣ୍ଡରେ କେତେଗୁଡ଼ିଏ ଅବରୋଧ ହୋଇଥିବା ଜଣାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରାମର୍ଶ ଦେଇଥିଲେ।

ସେ ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି। ଜଣେ ଠାକୁରପୁରରେ ଓ ଆଉ ଜଣେ ବାଂଶଦ୍ରୋଣିରେ ରହନ୍ତି। ଦୁହେଁ ରବିବାର ଦିନ ବାପାମାଆଙ୍କୁ ଦେଖିବାକୁ ଆସିଥିଲେ।