ନୂଆଦିଲ୍ଲୀ: ବିଭିନ୍ନ ଅପରାଧିକ ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ୟୁପି ବିଏସପି ବିଧାୟକ ମୁଖତାର ଅନ୍ସାରୀ ଆଜି ବାନ୍ଦା ଜେଲ୍ରେ ହୃଦ୍ଘାତର ଶିକାର ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ମୁଖତାରଙ୍କୁ ତାଙ୍କ ପତ୍ନୀ ଆଜି ଜେଲ୍କୁ ସାକ୍ଷାତ କରିବାକୁ ଆସିଥିଲେ। ତେବେ ପତ୍ନୀଙ୍କ ସହ ସାକ୍ଷାତ ସମୟରେ ମୁଖତାରଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ମୁଖତାରଙ୍କ ପତ୍ନୀଙ୍କର ମଧ୍ୟ ହୃଦ୍ଘାତ ହୋଇଥିଲା। ଉଭୟଙ୍କୁ ଜେଲ୍ କର୍ତ୍ତୃପକ୍ଷ ଜିଲ୍ଲା ହସ୍ପିଟାଲ୍ର ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ନେଇଥିଲେ। ଉଭୟଙ୍କର ଚିକିତ୍ସା ଚାଲିଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ମାଫିଆରୁ ରାଜନେତା ବନିଥିବା ମୁଖତାର ବହୁଜନ ସମାଜପାର୍ଟି ନେତା ଏବଂ ତାଙ୍କ ବିରୋଧରେ ହତ୍ୟା ଏବଂ ଅପହରଣ ସମେତ ସମୁଦାୟ ୪୦ଟି ଅପରାଧିକ ମାମଲା ରହିଛି।
ଜେଲ୍ରେ ଅନ୍୍ସାରୀ, ପତ୍ନୀଙ୍କୁ ହୃଦ୍ଘାତ
/sambad/media/post_attachments/wp-content/uploads/2018/01/mukhtar-ansari_1515486958.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)