ବାର ବର୍ଷର ପରିଶ୍ରମ ପରେ ମିଳିଥିବା ସାର୍ଟିଫିକେଟ୍‌ ବନ୍ୟା ଜଳରେ ଧୋଇଯିବା ପରେ ଆତ୍ମହତ୍ୟା ପଥ ବାଛିଲେ ଛାତ୍ର

ଥିରୁଅନନ୍ତପୁରମ୍‌: ଗତି କିଛି ଦିନ ହେବ କେରଳରେ ପ୍ରଳୟଙ୍କରୀ ବନ୍ୟା ହେବା ପରେ ଏହା କେବଳ କେରଳକୁ ନୁହେଁ ବରଂ ପୂରା ଦେଶକୁ ପ୍ରଭାବିତ କରିଛି। ଏପରିକି ଓଡ଼ିଶାରୁ କାମ ପାଇଁ କେରଳ ଯାଇଥିବା ଶତାଧିକ ଶ୍ରମିକ ଏହି ବନ୍ୟାରେ ଫସିଥିବା ସୂଚନା ରହିଛି। ଏହି ବନ୍ୟା ହେତୁ କେରଳର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି।

ଖବରଟି ହେଉଛି କେରଳରେ ପ୍ରବଳ ବନ୍ୟା ପରିସ୍ଥିତି ହେତୁ ଛାତ୍ର ଜଣକ ନିଜର ଦ୍ୱାଦଶ ଶ୍ରେଣୀର ପ୍ରମାଣ ପତ୍ର ହରାଇ ବସିଥିଲେ। ସାର୍ଟିଫିକେଟ୍‌ ହରାଇଥିବା ଦୁଃଖରେ ୧୯ ବର୍ଷିଅ ଏହି ଛାତ୍ର ଜଣକ ସୋମବାର ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

କୋଝିକୋଡେ ଜିଲ୍ଲାର ମୃତକ ଛାତ୍ର କୈଳାସଙ୍କ ଘରେ ବର୍ଷା ପାଣି ପଶି ଯିବାରୁ ସେ ଓ ତାଙ୍କ ବାପାମାଆ ୩ ଦିନ ତଳେ ଆଶ୍ରୟସ୍ଥଳୀକୁ ଚାଲି ଯାଇଥିଲେ।

ନିକଟରେ କୈଳାସ ଇଣ୍ଡଷ୍ଟ୍ରଆଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍  (ଆଇଟିଆଇ)ରେ ନାମ ଲେଖାଇଥିଲେ। ଏଥିପାଇଁ ତାଙ୍କ ବାପାମାଆ ଟଙ୍କା ଯୋଗାଡ଼ କରିବା ସହ ତାଙ୍କ ପାଇଁ ନୂଆ ଡ୍ରେସ୍‌ ମଧ୍ୟ କିଣି ଦେଇଥିଲେ। ମାତ୍ର ସେ ସବୁ ପାଣିରେ ଭାସି ଯାଇଛି।

ରବିବାର ସମାନ୍ୟ ବର୍ଷା କମିବାରୁ ସେମାନେ ଆଶ୍ରୟସ୍ଥଳୀରୁ ଘରକୁ ଫେରି ଚକିତ ହୋଇ ଯାଇଥିଲେ। ବର୍ଷା ପାଣିରେ ଅନ୍ୟ ସମସ୍ତ ଜିନିଷ ପରି କୈଳାସଙ୍କ ସାର୍ଟିଫିକେଟ୍‌ ବି ଏକଦମ ଭାବେ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ଏହାକୁ ସହ୍ୟ ନକରି ପାରି କୈଳାସ ଜୀବନ ହାରିଥିବା ପରିବାର ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର