ନୂଆଦିଲ୍ଲୀ: ତାତି କରିବ କଲବଲ । ଆଗାମୀ ତିନି ଦିନ ତ୍ରାହି ତ୍ରାହି ଡାକିବେ ଦିଲ୍ଲୀବାସୀ । ପ୍ରବଳ ଗରମ ଓ ଗୁଳୁଗୁଳି ସହ ତାତିରେ ଭାଜି ହେବ ଦିଲ୍ଲୀ । ଜୁନରେ ଜଳୁଛି ଦିଲ୍ଲୀ, ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ୩ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଆଗାମୀ ୩ ଦିନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଏଥିସହ ଦିନର ତାପମାତ୍ରା ୪୫ ଡିଗ୍ରୀ ଡେଇଁବା ନେଇ ଅନୁମାନ କରାଯାଉଛି । ତେବେ ଏହି ୩ ଦିନ ମଧ୍ୟରେ ଅସହ୍ୟ ଗୁଳୁଗୁଳି ମଧ୍ୟ ହେବ ଯାହା ଜନଜୀବନକୁ ପ୍ରଭାବିତ କରିପାରେ । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଜାରି ରହିବ ।
ସେପଟେ ସକାଳ ହେଉ ହେଉ ଖରା ନାଲିଆଖି ଦେଖାଉଥିବା ବେଳେ ସକାଳ ସାଢେ ୫ଟା ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ମୌସୁମୀ ବର୍ଷାର ଅନ୍ତରାଳେ ପୁଣି ତାତି ଫେରିଥିବା ବେଳେ ନାଲି ଆଖି ଦେଖାଉଛି ଖରା । ପ୍ରବଳ ତାତି ଓ ଅସହ୍ୟ ଗରମ ଭିତରେ ଅଣନିଶ୍ବାସୀ ହେଉଛନ୍ତି ରାଜଧାନୀବାସୀ । ଦିନରେ ଗରମ ରାତି ହେଲେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।
ଗତକାଲି ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଥିଲା । ଜୁନ ମାସରେ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ଆୟା ନଗରରେ ସାର୍ବାଧିକ ୪୪.୧ ଡିଗ୍ରୀ , ଲୋଡି ରୋଡରେ ୪୨.୩ ଡିଗ୍ରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଭିତରେ ରହିଥିଲା ତାପମାତ୍ରା । ଖାଲି ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶରେ ବି ପ୍ରବଳ ତାତି ଅନୁଭୂତ ହୋଇଛି । ଆଗ୍ରା, ଝାନସୀରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ଥିବାବେଳେ ୨୩ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେପଟେ ଜମ୍ମୁରେ ତାତି ପ୍ରବଳ ଦେଖାଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/09/YxHfOwXPCOuqfqdJGaBN.jpg)