ନୂଆଦିଲ୍ଲୀ : ଆଗାମୀ ଦିନରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ପ୍ରବଳ ଗରମ ଅନୁଭୂତ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ୪ଟି ରାଜ୍ୟ ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବିହାରର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ସୋମବାର (ଏପ୍ରିଲ ୧୭) ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ସମତଳ ଅଞ୍ଚଳ, ଶନିବାର (ଏପ୍ରିଲ ୧୫) ପର୍ଯ୍ୟନ୍ତ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଏବଂ ଶନିବାରରୁ ସୋମବାର (ଏପ୍ରିଲ ୧୫ରୁ ୧୭) ପର୍ଯ୍ୟନ୍ତ ବିହାରରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପଶ୍ଚିମ ହିମାଳୟ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତ, ପଶ୍ଚିମବଙ୍ଗ, ସିକ୍କିମ୍, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ କେରଳର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଏଥିପାଇଁ ଲୋକମାନଙ୍କୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି ।