ରାଜସ୍ଥାନର ଚୁରୁରେ ପୁଣି ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଟପିଲା, ଓଡ଼ିଶାର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜସ୍ଥାନର ଚୁରୁରେ ତାପମାତ୍ରା ପୁଣି ଥରେ ୫୦ ଡିଗ୍ରୀ ଟପିଯାଇଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ଆଜି ୪୮ ଡିଗ୍ରୀ ଟପିଯାଇଛି । ଦିଲ୍ଲୀରେ ଏହା ଏକ ନୂଆ ରେକର୍ଡ । ମୌସୁମୀ ବାୟୁ ଉତ୍ତରଭାରତରେ ପହଞ୍ଚିବାକୁ ଆହୁରି ୧୫ରୁ ୨୦ ଦିନ ସମୟ ଥିବାରୁ ନିକଟ ଭବିଷ୍ୟତରେ ପ୍ରବଳ ଗ୍ରୀଷ୍ଣ ପ୍ରବାହରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି ।
ସେହିପରି ଓଡ଼ିଶାରେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ରାଜ୍ୟର ହିରାକୂଦରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତା ତଳକୁ ରହିଛି ସମ୍ବଲପୁର, ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଜି ଭୁବନେଶ୍ୱରର ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ଥିଲା ।

ସମ୍ବନ୍ଧିତ ଖବର