ନୂଆଦିଲ୍ଲୀ: ଆଜିକାଲି ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରିରେ ପହଞ୍ଚିଛି, ଯାହା କି ନିଜେ ଏକ ରେକର୍ଡ। ଗତ କିଛି ଦିନ ହେବ ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ଉତ୍ତରଭାରତ ନୁହେଁ ଓଡ଼ିଶାରେ ମଧ୍ୟ ଏବର୍ଷ ଅଂଶୁଘାତ ମୃତ୍ୟୁ ହୋଇଛି ।

Advertisment

ଜଳବାୟୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଚଳିତ ଗ୍ରୀଷ୍ମଋତୁର ତାପମାତ୍ରା "ଚିନ୍ତାଜନକ, ଯଦିଓ ଆଶ୍ଚର୍ଯ୍ୟଜନକ ନୁହେଁ"। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଗାନ୍ଧୀନଗରର ସିଭିଲ୍ ଇଞ୍ଜିନିୟରିଂ ଆଣ୍ଡ ଆର୍ଥ ସାଇନ୍ସେସ୍ ବିଭାଗର ପ୍ରଫେସର ବିମଳ ମିଶ୍ର କହିଛନ୍ତି, ଗତ ୧୨୦ ବର୍ଷ ମଧ୍ୟରେ ଏହା ଉତ୍ତର ଭାରତରେ ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମଋତୁ ହୋଇପାରେ। ଏତେ ବିଶାଳ ଜନବହୁଳ ଅଞ୍ଚଳରେ ତାପମାତ୍ରା କେବେବି ଏତେ ଅଧିକ, ୪୫-୪୭ ଡିଗ୍ରି ସେଲସିୟସ୍ ରୁ ଅଧିକ ହୋଇନଥିଲା। ଏହା ନିଜେ ଏକ ରେକର୍ଡ। ଏପରିକି ଆଫ୍ରିକାର ସାହାରା ମରୁଭୂମିର ହାରାହାରି ତାପମାତ୍ରାଠାରୁ ଏହା ଅତି କମରେ ତିନି ରୁ ଚାରି ଡିଗ୍ରୀ ଅଧିକ ବୋଲି ସେ କହିଛନ୍ତି ।