ଦୁବାଇରେ ପ୍ରବଳ ବର୍ଷା‌ ହେତୁ ବୁଡ଼ିଲା କାର୍‌; ବନ୍ଦ୍‌ ହେଲା ସ୍କୁଲ୍‌, ଘରୁ କାମ କଲେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଦୁବାଇରେ ପ୍ରବଳ ବର୍ଷା ହୋଇ ରାଜରାସ୍ତାରେ ପାଣିର ଲହଡ଼ି। ଚାରିଆଡ଼େ ପାଣି ହୋଇଥିବା କାରଣରୁ କାରଗୁଡ଼ିକ ପାଣିରେ ବୁଡ଼ି ଯାଇଥିବ‌ା ଦେଖିବାକୁ ମିଳିଛି। । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି, ଯାହାକି ନିହାତି ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା।

ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦୁବାଇ ବିମାନବନ୍ଦରର ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ୍‌ କରିଦିଆଯାଇଥିଲା । ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ, ଯାହାକି ଦିନକରେ ହୋଇଯାଇଛି। । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସମୁଦ୍ର ଭଳି ଦେଖାଯାଉଥିଲା ବେଳେ ରାସ୍ତାଗୁଡ଼ିକ ନଦୀରେ ପରିଣତ ହୋଇଥିଲା। ବିମାନବନ୍ଦରରେ ପ୍ରାୟ ଅଧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର