କିବ୍ : ମଙ୍ଗଳବାର ରାତିରେ ୟୁକ୍ରେନ୍ର ପ୍ରମୁଖ ସହରମାନଙ୍କରେ ରୁଷ୍ ଭୟଙ୍କର ବୋମାବର୍ଷା କରିଛି। ୟୁକ୍ରେନ୍ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ ସମେତ ଜିଟୋମିର, କିବ୍, ମାଲିନରେ ରୁଷ୍ ବିମାନରୁ ବୋମାମାଡ଼ କରିଛି। ମାଲିନ ସହରରେ ବିସ୍ଫୋରଣ ଯୋଗୁଁ ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଟେକ୍ସଟାଇଲ୍ ଫ୍ୟାକ୍ଟ୍ରି ଏବଂ ୭ଟି ସୁଉଚ୍ଚ ଭବନ ଧ୍ବଂସ ହୋଇଯାଇଥିଲା। ଖାରକିଭ ନିକଟସ୍ଥ ଚୁହୁନିବରେ ଜଣେ ୭ ବର୍ଷୀୟ ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। କିବ୍ ଉପନଗରୀ ବୁଚା, ହୋସ୍ତମେଲ,ଇରପେନ , ଭିଶୋରୋଦ ଏବଂ ବୋରଡିଆଙ୍କାରେ ଅତି ଦୟନୀୟ ସ୍ଥିତି ଉପୁଜିଛି। ଅନ୍ୟପକ୍ଷେ ରୁଷ୍ ମାରିୟୁପୋଲ୍ ସହରରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ନିଜ ଘେରାବନ୍ଦୀରେ ରଖିଛି ବୋଲି ୟୁକ୍ରେନ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି। ପ୍ରାୟ ୩ ହଜାର ନବଜାତ ଶିଶୁଙ୍କ ପାଇଁ ମେଡିସିନ୍ ଏବଂ ଖାଦ୍ୟ ନାହିଁ।
ଖାରକିଭ ସମେତ ବିଭିନ୍ନ ସହରରେ ଗୋଳାବର୍ଷା, ମାରିୟୁପୋଲ୍ରେ ୪ ଲକ୍ଷ ଲୋକ ଘେରାବନ୍ଦୀରେ
/sambad/media/post_attachments/wp-content/uploads/2022/03/6d4g654dad1dg132d213dgd.jpg)