ଚଣ୍ଡୀଗଡ଼ : ପଞ୍ଜାବ ଓ ହରିୟାଣାରେ ଭୟଙ୍କର ଶୀତଲହରି ପ୍ରବାହିତ ହେଉଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ସୀମାଠାରୁ ତଳେ ରହିଛି। ବୁଧବାର ସକାଳେ ଭଟିଣ୍ଡାରେ ବିଯୁକ୍ତ ୦.୨ ଡିଗ୍ରି ଓ ଫରିଦକୋଟରେ ବିଯୁକ୍ତ ୦.୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଦୁଇ ରାଜ୍ୟର ସାଧାରଣ ରାଜଧାନୀ ଚଣ୍ଡୀଗଡ଼ରେ ତାପମାତ୍ରା ୩.୩ ରେକର୍ଡ କରାଯାଇଥିବା ବେଳେ ଅମୃତସରରେ ୨.୯, ଲୁଧିଆନାରେ ୨.୮, ପଟିଆଲାରେ ୨.୬, ପଠାନକୋଟରେ ୩.୮, ଗୁରଦାସପୁରରେ ୨, ମୋଗ୍ରାରେ ୦.୫ ଓ ମାହାଲିରେ ୪.୨ ଡିଗ୍ରି ସେଲସିୟସ ତାପମାତ୍ରା ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପ୍ରାୟ ୩ ସପ୍ତାହରୁ ଅଧିକ କାଳ ହେଲା ଏହି ଦୁଇ ରାଜ୍ୟରେ ଶୀତ ଲହରି ଜାରି ରହିଛି।