ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ଉତ୍ତର-ପଶ୍ଚିମ ଓ ମଧ୍ୟଭାଗରେ ତାପମାତ୍ରାରେ ବଡ଼ ହ୍ରାସ ହୋଇଛି। ପୂର୍ବ ଓ ପଶ୍ଚିମ ଭାରତରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ୟୁପିରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଉତ୍ତର ପ୍ରଦେଶରେ ଡିସେମ୍ବର ମାସ ଦ୍ବିତୀୟ ସପ୍ତାହରେ ମଧ୍ୟ ଶୀତ ଦେଖିବାକୁ ମିଳୁଛି। ଏଠାରେ ତୃତୀୟ ଓ ଚତୁର୍ଥ ସପ୍ତାହରେ ଶୀତ ଅନୁଭୂତ ହୋଇଥାଏ।
ସେହିପରି ମଧ୍ୟପ୍ରଦେଶରେ ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୋପାଳରେ ପାରଦ ୪ ଡିଗ୍ରୀକୁ ଖସି ଯାଇଥିଲା। ରାଜସ୍ଥାନର ୧୧ ସହରରେ ଚଳିତ ଶୀତରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/16/WEnOi2u3ajbWSHpmP3fJ.jpg)