ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ଥିତ ରାମବନ ଧର୍ମକୁଣ୍ଡରେ ଭୟଙ୍କର ଦୃଶ୍ୟ । ଆଜି ସକାଳୁ ସକାଳୁ ଏଠାରେ ବାଦଲଫଟା ବର୍ଷା ହେଲା । ଚାହୁଁ ଚାହୁଁ ମାଡିଆସିଲା ବନ୍ୟା । କେହି କିଛି ବୁଝିବା ଆଗରୁ ଅନେକ ଘର ଭାଙ୍ଗିରୁଜି ଚୁରମାର କରିଦେଲା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅନେକ ଲୋକ ଘରେ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି ।
#WATCH | Jammu and Kashmir: Several buildings and vehicles are damaged due to a landslide following heavy rains and hailstorm in Ramban district.
— ANI (@ANI) April 20, 2025
(Visuals from the Banihal sector) pic.twitter.com/CgwPI0RxOH
ତେବେ ବାଦଲଫଟା ବର୍ଷା ଯୋଗୁଁ ଚେନାବ୍ କେନାଲରେ ବନ୍ୟା ପାଣି ମାଡି ଆସିଲା ଆଉ ଧର୍ମକୁଣ୍ଡ ଗାଁକୁ ପାଣି ମାଡିଗଲା । ଫଳରେ ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ସମୟ ପାଇନଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଶହେରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଅନେକ ଘର ଆଂଶିକ ଭାବେ ଭାଙ୍ଗିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/20/AqaJfAjAiKx0X57aLFwE.jpg)