ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍ବୋର୍ଡ ଭୁଶୁଡ଼ି ପଡ଼ିବାରୁ ୮ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ଅପରାହ୍ଣ ପ୍ରାୟ ୩ଟାରେ ମୁମ୍ବାଇର ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଥିଲା। ଏହାପରେ ପ୍ରାୟ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଚାରିଦିଗ ଧୂଳିରେ ଭର୍ତ୍ତି ହୋଇଯାଇଥିଲା। ଏହାର ପ୍ରଭାବ ବିଶେଷ ଭାବେ ଘଟକୋପାର, ବାନ୍ଦ୍ରା କୁର୍ଲା, ଧରାବି ଅଞ୍ଚଳରେ ଅଧିକ ଅନୁଭୂତ ହୋଇଥିଲା। ହଠାତ୍ ପାଗ ପରିବର୍ତ୍ତନ ଓ ଧୂଳି ଝଡ଼ ଯୋଗୁଁ କେତେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟିଛି।
ଫଳରେ ୩୫ ଜଣ ଆହତ ହୋଇଥିବା ଜଣାଯାଇଛି। ଘଟକୋପରର ଚେଡ୍ଡାନଗର ଛକଠାରେ ଏକ ୧୦୦ ଫୁଟର ବିଲ୍ବୋର୍ଡ ଖସି ପଡ଼ିବା ଫଳରେ ଏକ ପେଟ୍ରୋଲ୍ ପମ୍ପ୍ର ବ୍ୟାପକ କ୍ଷତି ହୋଇଥିଲା। ସେଠାରେ ଅନେକ ସମୟ ଯାଏଁ ଗାଡ଼ିମୋଟର ଅଟକି ରହିଥିଲେ। ସେହିଭଳି ଆରେ ଓ ପୂର୍ବ ଅନ୍ଧେରି ମେଟ୍ରୋ ରାସ୍ତାରେ ଅନେକ ଗଛଡାଳ ଭାଙ୍ଗି ପଡ଼ିବାରୁ ଯାତାୟତ ଠପ୍ ହୋଇଯାଇଥିଲା। ଥାନେ ଓମୁଲନ୍ଦ ଷ୍ଟେସନ୍ର ଏକ ଯନ୍ତ୍ରପୋଲ ଉପୁଡ଼ି ପଡ଼ିବାରୁ ଏକାଧିକ ଲୋକାଲ୍ ଟ୍ରେନ୍ ଓ ଦୂରଗାମୀ ଟ୍ରେନ୍ ଚଳାଚଳ ଦୀର୍ଘ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ। ମୁମ୍ବାଇ ବିମାନ ବନ୍ଦରର ଧୂଳି ଝଡ଼ ପାଇଁ ପ୍ରଭାବିତ ହୋଇଥିଲା। ଭିସ୍ତାରା, ସ୍ପାଇସ୍ଜେଟ୍, ଇଣ୍ଡିଗୋର ଏକାଧିକ ବିମାନର ଯାତ୍ରା ପଥ ପରିବର୍ତ୍ତନ କରାଯିବା ସହ ଯାତ୍ରୀଙ୍କ ପାଇଁ ସତକର୍ତାମୂଳକ ସୂଚନା ଜାରି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hsfhsfshfsfh.jpg)