କାନବେରା: ବନ୍ୟାରେ ଉବୁଟୁବୁ ଅଷ୍ଟ୍ରେଲିଆ । ପୂର୍ବ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି । ୩ ଦିନର ଲଗାଣ ବର୍ଷା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜନିତ ବନ୍ୟା ପାଇଁ ଘରେ ପଶିଛନ୍ତି ଲୋକେ । ରାସ୍ତାଘାଟ, ନଈ ନାଳ ସବୁ ଏକାକାର ହୋଇଯାଇଛି । ଘରେ ପାଣି, ବାହାରେ ପାଣି ଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ।

ଶୁକ୍ରବାର ବନ୍ୟା ପରିସ୍ଥିତି ଭୟଙ୍କର ହୋଇଥିବା ବେଳେ ଧୋଇ ଯାଇଛି ବିଭିନ୍ନ ରାସ୍ତା । ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଥିବା ବେଳେ ବାହ୍ୟ ଜଗତ ଠାରୁ ବିଛିନ୍ନ ଅଛନ୍ତି । ପ୍ରବଳ ଜଳ ସୁଅରେ ୪ ଜଣ ଭାସି ବି ଯାଇଛନ୍ତି ।
/sambad/media/media_files/2025/05/24/gieqqtCVZY0rgoydb4iv.jpg)
ରାସ୍ତା ନଈ ପାଲଟିଥିବା ବେଳେ ଡଙ୍ଗା ସାଜିଛି ଭରସା । ବନ୍ୟା ପରେ ଚାଲିଛି ରେସକ୍ୟୁ ଅପରେସନ । ପ୍ରାୟ ୨୦୦୦ରୁ ଅଧି କର୍ମଚାରୀ ଉଦ୍ଧାରକାମରେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/24/FWjUFv57J8WVahtg13pI.jpg)