ନୂଆଦିଲ୍ଲୀ: ନୂଆବର୍ଷ ଲାଗି ଦେଶର କାଣ ଅନୁକୋଣ ଉତ୍ସବମୁଖର ହୋଇଥବା ବେଳେ ଏହାର ପୂର୍ବ ଦିନ ଅନେକ ରେଳ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଉତ୍ତର ଭାରତରେ ଘନ କୁହୁଡ଼ି ହେତୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ପାଖାପାଖି ୪୦୦ ଟ୍ରେନ୍ର ଚଳାଚଳରେ ଅହେତୁକ ବିଳମ୍ବ ହୋଇଥିବା ବେଳେ ୧୫ଟି ଟ୍ରେନ୍କୁ ବାତିଲ କରାଯଇଛି। ୨୦୧୮ ଜାନୁଆରି ପହିଲା ସକାଳ ସାଢ଼େ ୬ ସୁଦ୍ଧା ୫୮ଟି ଟ୍ରେନ୍ ବିଳମ୍ବରେ ଚାଲିଥିବାବେଳେ ୨୦ଟି ଟ୍ରେନ୍ର ସମୟ ପୁନର୍ନିଧାରଣ କରାଯାଇଛି। ୧୫ ଟି ଟ୍ରେନ୍ ବାତିଲ କରିଦିଆଯାଇଛି। ତେବେ କୁହୁଡ଼ି ସମସ୍ୟା ହଟାଇବା ପାଇଁ ରେଳ ବିଭାଗ ଫଗ୍ ପାସ୍ ଡିଭାଇସ (ଫଗ୍ ପାଇଲଟ ଆସିଷ୍ଟାନ୍ସ ସିଷ୍ଟମ୍)ର ଉପଯୋଗ ଆରମ୍ଭ କରିଛି। ଉତ୍ତର, ଉତ୍ତର କେନ୍ଦ୍ରୀୟ, ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ପରି ଅଧିକାଂଶ କୁହୁଡ଼ି ପ୍ରଭାବିତ ରେଳ ଜୋନ୍ ଅଧୀନ ଅଞ୍ଚଳଗୁଡ଼ିକରେ ଏହି ଡିଭାଇସ୍ର ବ୍ୟବହାର ହୋଇଛି।
ଉତ୍ତର ଭାରତରେ ଘନ କୁହୁଡ଼ି:୪୦୦ ଟ୍ରେନ୍ ବିଳମ୍ବିତ, ୧୫ ବାତିଲ୍
/sambad/media/post_attachments/wp-content/uploads/2018/01/train-cancelled.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)