ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଆଜି ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ କାର ପୋଖରୀକୁ ଖସିଯିବରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ, ହରିଆଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ମଧ୍ୟ କୁହୁଡ଼ି ଯାତାୟାତରେ ଭୀଷଣ ବାଧା ଉପୁଜାଇଛି। ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅପରାହ୍ନ ସୁଦ୍ଧା ପାଖପାଖି ୩୦ଟି ଘରୋଇ ଏବଂ ୨୦ଟି ଅନ୍ତର୍ଜାତୀୟ ବିମାନର ଅବତରଣରେ ବିଳମ୍ବ ହୋଇଛି। ସେହିପରି ଦିଲ୍ଲୀ ଆସିବାକୁ ଥିବା ୧୦ଟି ବିମାନ ବାତିଲ କରିଦିଆଯାଇଛି। ସେହିପରି ଉତ୍ତର ରେଳ ବିଭାଗର ପାଖାପାଖି ୬୯ଟି ଟ୍ରେନ୍ ୨୯ ଘଣ୍ଟା ବିଳମ୍ବରେ ଚାଲୁଛି ଏବଂ ୨୪ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି ଏବଂ ୨୫ଟି ଟ୍ରେନ୍ ବାତିଲ କରି ଦିଆଯାଇଛି।
ଉତ୍ତର ଭାରତରେ ଘନ କୁହୁଡ଼ି ଜାରି: ରାଜସ୍ଥାନ ଦୁର୍ଘଟଣାରେ ୪ ମୃତ,
୧୦ ବିମାନ ବାତିଲ, ୫୦ ବିଳମ୍ବିତ
/sambad/media/post_attachments/wp-content/uploads/2018/01/delhi-fog-ani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)