ମୁମ୍ବାଇ: ବର୍ଷାରେ ଭାସୁଛି ସାରା ମୁମ୍ବାଇ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା କି ଏହି ସପ୍ତାହ ମୁମ୍ବାଇବାସୀ ପ୍ରବଳ ବର୍ଷାର ସମ୍ମୁଖୀନ ହେବେ। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା।
ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ହେତୁ ଟ୍ରେନ୍ଗୁଡ଼ିକ ଧୀରେ ଚାଲୁଥିବାରୁ ସିଏସ୍ଏମ୍ଟି-ଥାନେ ସେକ୍ସନର କିଛି ଟ୍ରେନ୍ଗୁଡ଼ିକ ୧୦-୧୫ ମିନିଟ୍ ବିଳମ୍ବରେ ଚାଲୁଛି।
#WATCH | Maharashtra: Sion area of Mumbai witnessed waterlogging in the wake of heavy rains in the city. Visuals from last night. pic.twitter.com/tjniUJ74RE
— ANI (@ANI) July 5, 2022
ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଧୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା।
#WATCH | Mumbai: Waterlogging at Khandeshwar Railway Station amid heavy rains in Navi Mumbai as commuters wade through water pic.twitter.com/jwHQfy6iSU
— ANI (@ANI) July 4, 2022
ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛି। ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିିଛି।