ବେଙ୍ଗାଲୁରୁରେ ବର୍ଷା ବିତ୍ପାତ, ୫ ମୃତ

ବେଙ୍ଗାଲୁରୁ: ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷାରେ ବେଙ୍ଗାଲୁରୁବାସୀ ନାହିଁନଥିବା ହିନସ୍ତା ଭୋଗିଛନ୍ତି। ବିଶେଷ କରି ସହରର ପଶ୍ଚିମ ଓ ଦକ୍ଷିଣ ଭାଗରେ ଜଳ ନିଷ୍କାସନ ହୋଇନପାରି ଟ୍ରାଫିକ୍‌ ନୟାନ୍ତ କରିଛି। ଏହି ବର୍ଷା ତାଣ୍ଡବରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। କିଛି ଦିନ ତଳେ ସହରର ରାସ୍ତା ଖାଲଖମାରେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ପରେ ଗତକାଲିର ମୃତ୍ୟୁ ସାଙ୍ଗକୁ ସହରବାସୀଙ୍କ ଜଳବନ୍ଦୀ ଜୀବନ ସ୍ଥାନୀୟ ପ୍ରଶାସନକୁ ସମାଲୋଚିତ କରିଛି। କୁରୁବାହାଲ୍ଲି ଅଞ୍ଚଳରେ ଡ୍ରେନ୍‌ରେ ପ୍ରବାହିତ ଭୀଷଣ ଜଳସ୍ରୋତରେ ଭାସିଯାଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଅନ୍ୟ ଦୁଇ ଜଣ ଆଖି ବୁଜିଥିବା ଜଣାଯାଇଛି। ସେହିପରି ଜଳ ନିଷ୍କାସନ ହୋଇନପାରିବା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଥିବା ବସ୍ତିବାସୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ତେବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର