ବେଙ୍ଗାଲୁରୁ: ଭୀଷଣ ବର୍ଷାରେ ଉବୁଟୁବୁ ହେଲା ବେଙ୍ଗାଲୁରୁ। ରାସ୍ତା ପାଲଟିଲା ନଦୀ। ଭାସିଲା କାର୍ ଓ ବାଇକ୍। ଗତ କିଛି ଦିନ ତଳେ ଭୁବନେଶ୍ବର ରାସ୍ତାର ଅବସ୍ଥା ମଧ୍ୟ ଠିକ ଏହିଭଳି ହୋଇଥିବା ବେଳେ ଏବେ ବେଙ୍ଗାଲୁରୁରେ ମଧ୍ୟରେ ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭୀଷଣ ବର୍ଷା ପାଇଁ ରାସ୍ତାରେ ପାଣି ଜମିଯିବାରୁ ଲୋକଙ୍କ ଗାଡ଼ି ଚଳାଇବା ମୁସ୍କିଲ୍ ହୋଇପଡ଼ିଛି। କୁହାଯାଉଛି ଯେ, ରାସ୍ତାରେ ଏତେ ଅଧିକ ପାଣି ଥିଲା ଯେ ୩ କିଲୋମିଟର ଯିବା ପାଇଁ ଲୋକଙ୍କୁ ୩ଘଣ୍ଟା ଲାଗିଥିଲା।
When #bangaloretraffic meets #bangalore_rain disaster happens.
This is Ecospace tech park having hundreds of MNCs and see the condition.
It took 3 hrs to cover 3 kms.#Bangalore#Bengalurupic.twitter.com/BOgQZMcuAj— Nishant Raj (@NishantRaj2705) August 30, 2022
ବେଙ୍ଗାଲୁରୁ-ମହୀଶୂର ହାଇୱେରେ ଲମ୍ବା ଲାଇନ ଲାଗିଥିବା ବେଳେ ଲୋକଙ୍କ ପାଇଁ ଚାଲି ଚାଲି ଯିବା ଅସମ୍ଭବ ହୋଇପଡ଼ିଥିଲା। ଏଭଳି ଅବସ୍ଥା ଦେଖି ଆଜି ବେଙ୍ଗାଲୁରୁରେ ଥିବା ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଥିଲା ବୋଲି ଜଣାପଡ଼ିଛି। ମେଟ୍ରୋ ସହର ଭାବେ ଖ୍ୟାତି ଅର୍ଜନ କରୁଥିବା ଏଭଳି ବଡ଼ ବଡ଼ ସହରମାନଙ୍କର ଜଳନିଷ୍କାସନ ବ୍ୟବସ୍ଥାର ଏଭଳି ଅବସ୍ଥା ଦେଖି ଦେଶ କେତେ ଆଗକୁ ଯାଇଛି, ତାହା ସ୍ପଷ୍ଟ ଜଣାପଡ଼ିଛି। କେବଳ ବେଙ୍ଗାଲୁରୁ କି ଭୁବନେଶ୍ବର ନୁହେଁ, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ମଧ୍ୟ ଅସରାଏ ବର୍ଷା ହେଲେ ଲୋକଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡେ। ରାସ୍ତାରେ ପାଣି ଭରିଯାଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/t-106.jpg)