ଭୁବନେଶ୍ବର: ପଡୋଶୀ ରାଜ୍ୟ ‘ଛତିଶଗଡ଼’ର ଅଧିକାଂଶ ସ୍ଥାନରେ ଶୁକ୍ରବାର ରାତି ଠାରୁ ରହିରହି ଶନିବାର ଅପରାହ୍‌ଣ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ସହ କୁଆପଥରମାଡ଼ ହୋଇଛି। ଦିନ ଦିପ୍ରହରରେ ସନ୍ଧ୍ୟା ଭଳି ବାତାବରଣ ଦେଖାଯାଇଛି। ଦିନ ୨ଟାରେ ପ୍ରବଳ ବର୍ଷା ହେଉଥିବା ସମୟରେ ଗାଡ଼ିଚାଳକମାନଙ୍କୁ ଲାଇଟ୍‌ରେ ଯିବାକୁ ପଡ଼ିଛି।

Advertisment

ଗତକାଲି ଭଳି ବର୍ଷା ଆଜି ସକାଳ ସାଢ଼େ ୭ଟାରେ ମଧ୍ୟ ପୁଣି ହୋଇଥିଲା। ପୂର୍ବାହ୍‌ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ହୋଇଥିବା ପ୍ରବଳ ବର୍ଷାରେ ରାସ୍ତାଘାଟରେ ଜଳପୂର୍ଣ୍ଣ ହୋଇଛି। ବର୍ଷା ଯୋଗୁଁ ଗୋଟିଏ ଦିନରେ ତାପମାତ୍ରା ୭ ଡିଗ୍ରି ହାସ ପାଇଛି। ବିଲାସପୁରରେ ଶ୍ରାବଣ ମାସର ବର୍ଷା ଭଳି ପରିସ୍ଥିତି ଦେଖାଯାଇଛି। ଏଠାରେ ତାପମାତ୍ରା ୩୦ ଡିଗ୍ରି ଅତିକ୍ରମ କରିସାରିଥିଲା ବେଳେ ବର୍ଷା ଯୋଗୁଁ ଏବେ ପାରା ୨୩ ଡିଗ୍ରି ତରକୁ ରହିଛି। ଦୁର୍ଗ, ରାଜନାନ୍ଦଗାଓ,‌ କୋରବା, ଜାଞ୍ଜିଗିର-ଚାମ୍ପା, ଧମତରୀ, ମହାସମୁନ୍ଦ ଜିଲ୍ଲାରେ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।

publive-image

ଚାରମା-ଧମତରୀ ରୋଡରେ ତୁ‌ଷାରପାତ ଯୋଗୁଁ ରାସ୍ତାଗୁଡ଼ିକ କିଛି ସମୟ ପାଇଁ ଧଳାଚାଦର ଭଳି ଦେଖାଯାଉଥିଲା। ଫଳରେ ଯାତ୍ରୀମାନଙ୍କୁ ରାସ୍ତାରେ ଅଟକିବାକୁ ପଡ଼ିଥିଲା। ରାସ୍ତାରେ ଯାତାୟାତ କରୁ ଥିବା ଲୋକେ ଏହି ମନୋରମ ଚିତ୍ରକୁ ନିଜ ମୋବାଇଲ କ୍ଯାମେରାରେ କଏଦ କରୁଥିବା ଦେଖିବାକୁ ମିଳିଥିଲା।

publive-image

ପାଣିପାଗ ବିଭାଗ ପକ୍ଷରୁ ଆଗାମି ୧୨ ଘଣ୍ଟା ଯାଏ ଛତିଶଗଡ଼ରେ ବର୍ଷ ସହ କୁଆପଥର ମାଡ ନେଇ ଆଲର୍ଟ ଜାରି କରିଛି। କୋରିଆ, ବିଲାସପୁର, ମୁଙ୍ଗେଲି, ଜାଞ୍ଜିଗିର-ଚାମ୍ପା, ବେମେତରା, ବଲୋଦାବଜାର, ରାଜନାନ୍ଦଗାଓ ଏବଂ ଏହି ଜିଲ୍ଲାକୁ ଲାଗି ରହିଥିବା ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ପେଣ୍ଡ୍ରାରୋଡ, କୋରବା, କବୀରଧାମ, ମହାସମୁନ୍ଦ, ଦୁର୍ଗ, ରାୟପୁର, ବାଲୋଦ, ଧମତରୀ, କାଙ୍କେର, ନାରାୟଣପୁର, କୋଣ୍ଡାଗାଓର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା ରହିଛି।