ଦିଲ୍ଲୀରେ ପ୍ରବଳ ବର୍ଷା, ୧ ମୃତ

ନୂଆଦିଲ୍ଲୀ : ମୁମ୍ବାଇ, ଓଡ଼ିଶା ପରେ ଏବେ ରାଜଧାନୀ ଦିଲ୍ଲୀର ପାଳି । ଦିଲ୍ଲୀରେ ଏବେ ପ୍ରବଳ ବର୍ଷା ହେଉଛି । ଏହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଆଜି ସକାଳୁ ଦିଲ୍ଲୀବାସୀ ଉଠିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଦିଲ୍ଲୀରେ ପ୍ରବଳ ଗରମରୁ ତ୍ରାହି ମିଳିଥିବାରୁ ଲୋକମାନେ ଖୁସିହୋଇଯାଇଥିଲେ । କିନ୍ତୁ ଧୀରେ ଧୀରେ ବର୍ଷା ପରିମାଣ ବଢିବାକୁ ଲାଗିଲା । ଏତେ ବର୍ଷା ହେଲା ଯେ ରାସ୍ତାଘାଟ ଓ ଡ୍ରେନ ଆଦି ଏକାକାର ହୋଇଗଲା । ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହୋଇଗଲା । ପ୍ରବଳ ବର୍ଷା ଫଳରେ ଯମୁନା ନଦୀ ଫୁଲିଉଠିଛି ।

ହରିୟାନାର ଯମୁନାନଗର ଜିଲ୍ଲାରେ ଥିବା ହଥନିକୁଣ୍ଡ ବ୍ୟାରେଜ୍‌ ପକ୍ଷରୁ ପାଣିଛଡାଯିବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇ ବନ୍ୟା ସ୍ଥିତି ଉପୁଜିଛି । ଏହି ପାଣି ଆସନ୍ତା ୭୨ ଘଣ୍ଟାରେ ଦିଲ୍ଲୀରେ ପହଞ୍ଚିବ । ଅନ୍ୟପକ୍ଷରେ ବିଦ୍ୟୁତ ତାର ଛିଣ୍ଡି ପାଣିରେ ପଡିବାରୁ ବିଦ୍ୟ ୁତ ଆଘାତରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସରୋଜକାନ୍ତ ଦାସ ନାମକ ଏହି ବ୍ୟକ୍ତି ନିଜ ଝିଅକୁ ସ୍କୁଲରେ ଛାଡି ଫେରୁଥିବାବେଳେ ଏହି ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର