ହିମାଚଳରେ ବର୍ଷା ବିତ୍ପାତ, ୨୨ ମୃତ

ଧର୍ମଶାଳା: ଉତ୍ତର ଭାରତର ଅନେକ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ଷାଜନିତ ଦୁର୍ଘଟଣା ଯୋଗୁଁ ହିମାଚଳରେ ୨୪ ଘଣ୍ଟାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଜିଲ୍ଲାରେ ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଛି । ଧର୍ମଶାଳାରେ ୧୧୫ ମିମି ବର୍ଷା ହୋଇଥିବା ବେଳେ ଚମ୍ବାରେ ୭୩ ମିମି ବର୍ଷା ରେକର୍ଡ କରାଯାଇଛି। ସିମଲାରେ ଅତଡ଼ା ଧସି ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଚମ୍ବାରେ ଘର ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବନ୍ୟା ଜଳରେ ଭାସିଯାଇ ୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର