ଥିରୁବନନ୍ତପୁରମ୍: ଲଗାଣ ବର୍ଷା କେରଳରେ ପ୍ରଳୟଙ୍କରୀ ରୂପ ଦେଖାଇଛି। ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୁଇ ଦିନ ଭିତରେ ମୃତ୍ୟୁସଂଖ୍ୟା ୩୦ରେ ପହଞ୍ଚିଛି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ ହୋଇପଡ଼ିଛି। ବିଗତ ୨୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଡୁକ୍କି ଜଳଭଣ୍ଡାରର ଚେରୁଥୋନି ଡ୍ୟାମ୍ର ସମସ୍ତ ୫ଟି ଯାକ ଗେଟ୍ ଖୋଲାଯାଇଛି। ଏହାବାଦ୍ ରାଜ୍ୟରେ ଆହୁରି ୨୪ ରୁ ଊର୍ଦ୍ଧ୍ୱ ଡ୍ୟାମ୍ ମଧ୍ୟ ବିପଜ୍ଜନ ସ୍ଥିତିରେ ଥିବାରୁ ସେଥିରୁ ପାଣି ଛାଡ଼ିଦିଆଯାଇଛି। ଫଳରେ ବନ୍ୟା ସ୍ଥିତି ଭୟଙ୍କର ହୋଇଉଠିଛି। ପ୍ରଭାବିତ ଅଞ୍ଚଳରୁ ସେନା ସହାୟତାରେ ୧୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ଏବଂ ପାଖାପାଖି ୫୦୦ ଆଶ୍ରୟସ୍ଥଳ ଖୋଲାଯାଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀ ନିୟୋଜିତ ହୋଇଛନ୍ତି। ୨୪ଟି ସ୍ଥାନରେ ସେନାବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ସରକାର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ କେରଳର ସବୁ ଦଳର ସାଂସଦମାନେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେରଳକୁ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଦେବାପାଇଁ ଅନୁରୋଧ କରିଛନ୍ତି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହେତୁ ମୁନ୍ନାର ରେସୋର୍ଟରେ ୬୦ ପର୍ଯ୍ୟଟକଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୨୦ ଜଣ ବିଦେଶୀ ଥିବା ଜଣାପଡ଼ିଛି। ତେବେ ଆଜି କୌଣସି ସ୍ଥାନରେ ଭୂସ୍ଖଳନ ହୋଇନଥିବା ଜଣାପଡ଼ିଛି। ଇଡୁକ୍କି, ଓ୍ଵାୟନଡ଼, ଏର୍ନାକୁଲମରେ ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ କରି ଦିଆଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି।
କେରଳରେ ବର୍ଷା ବିଭୀଷିକା ଜାରି: ସେନା ହାତରେ ଉଦ୍ଧାର କାର୍ଯ୍ୟ
୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର, ମୃତ୍ୟୁସଂଖ୍ୟା ୩୦ ଛୁଇଁଲା
/sambad/media/post_attachments/wp-content/uploads/2018/08/4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)