ମୁମ୍ବାଇ: ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି। ତେବେ ମଙ୍ଗଳବାର ସକାଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁ ଅନ୍ଧେରିରେ ଏକ ରେଳ ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ୬ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଭଳି ପରିସ୍ଥିତିରେ ବିଏମ୍ସି ଓ େଓ୍ଵଷ୍ଟର୍ଣ୍ଣ ରେଲେଓ୍ଵ ପରସ୍ପରକୁ ଦୋଷ ଲଦାଲଦି ହେବା ମୁମ୍ବାଇବାସୀଙ୍କୁ ଅଧିକ ବ୍ୟଥିତ କରିଛି। ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଲୋକମାନେ ଭୟରେ କାଳାତିପାତ କରୁଛନ୍ତି।
ଦେଶବ୍ୟାପୀ ମୌସୁମୀ ସକି୍ରୟ ହୋଇଥିବା ବେଳେ ମୁମ୍ବାଇରେ ଗତ କିଛିଦିନ ଧରି ବର୍ଷା ଲାଗିରହିଛି। ଅନେକ ପ୍ରମୁଖ ସ୍ଥାନରେ ବର୍ଷାପାଣି ଜମି ରହିବା ଯୋଗୁ ଗମନାଗମନ ଠପ୍ ହୋଇଯାଇଛି। ରାସ୍ତାରେ ବର୍ଷାପାଣି ସ୍ରୋତ ଯୋଗୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ପୂର୍ବ ଅନ୍ଧେରି ଓ ପଶ୍ଚିମ ଅନ୍ଧେରିକୁ ଯୋଡୁଥିବା ରେଳ ଓଭରବ୍ରିଜ୍ ଭୁଶୁଡ଼ିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଉଭୟ ରେଳବାଇ ଓ ବିଏମ୍ସିକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏହି ଓଭରବି୍ରଜ୍ ରେଳବାଇର ବୋଲି ବିଏମ୍ସି କହୁଥିବା ବେଳେ ଏହା ବିଏମ୍ସିର ବୋଲି ରେଳବାଇ ପକ୍ଷରୁ ଦାବି କରାଯାଇଛି।
ସୂଚନା ମୁତାବକ ଲଗାଣ ବର୍ଷା ଯୋଗୁ ମୁମ୍ବାଇର କିଛି ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ଉପୁଜିଛି। ହିନ୍ଦମାତା, ସିଅନ୍, ପାରେଲ୍ ଟିଟି, ନେହରୁ ନଗର, କୁର୍ଲା, ଭାନ୍ଦୁପ, ଓ୍ଵାଡାଲା, ଧାରବି, ଅନ୍ଧେରି ଓ ମୁଲୁନ୍ଦ ଭଳି ତଳିଆ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ବିଏମ୍ସିର ଜଣେ ମୁଖପାତ୍ରଙ୍କ ସୂଚନା ମୁତାବକ ପମ୍ପିଙ୍ଗ୍ ମେସିନ୍ ସହାୟତାରେ ବିଭିନ୍ନ ସ୍ଥାନରୁ ବର୍ଷା ଜଳ ନିଷ୍କାସନ କରାଯାଉଛି। ଖୁବ୍ଶୀଘ୍ର ପାଣି ଶୁଖାଇବା ପାଇଁ ବିଏମ୍ସି ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।
ରେଳବାଇର ଜଣେ ଅଧିକାରୀଙ୍କ କହିବାନୁସାରେ, କେନ୍ଦ୍ରୀୟ ରେଳବାଇର ଅଧିକାଂଶ ଟ୍ରେନ୍ ୧୦-୧୫ ମିନିଟ୍ ବିଳମ୍ବରେ ଚଳାଚଳ କରୁଛି। ଅନ୍ୟପକ୍ଷରେ ବର୍ଷା ଯୋଗୁ କୌଣସି ବିମାନ ଚଳାଚଳ ଯଦିଓ ବାତିଲ କରାଯାଇ ନାହିଁ, ୪ଟି ବିମାନ ଅନ୍ୟ ବିମାନବନ୍ଦରରେ ଅବତରଣ କରିଛିି।
ମୁମ୍ବାଇରେ ବର୍ଷା ବିତ୍ପାତ : ଭୁଶୁଡ଼ିଲା ରେଳ ପୋଲ
/sambad/media/post_attachments/wp-content/uploads/2018/07/mumbai-bridge-collapse.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)