ତାମିଲନାଡୁ ଓ ପୁଡୁଚେରିରେ ପ୍ରବଳ ବର୍ଷା : ଜୀବନଯାତ୍ରା ବ୍ୟାହତ

ତାମିଲନାଡୁ ଓ ପୁଡୁଚେରିରେ ପ୍ରବଳ ବର୍ଷା : ଜୀବନଯାତ୍ରା ବ୍ୟାହତ

ଚେନ୍ନାଇ: ତାମିଲନାଡୁ ଓ ପୁଡୁଚେରିରେ ଦ୍ୱିତୀୟ ଦିନ ଲାଗି ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାରୁ ତାମିଲନାଡୁର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରି ଦିଆଯାଇଛି।

ତାମିଲନାଡୁର ପ୍ରମୁଖ ସହର ଚେନ୍ନାଇ, କାଞ୍ଚିପୁରମ୍‌, ତିରୁନେଲେଭଲି ଏବଂ ଟୁଟିକୋରିନରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସରକାର ସମସ୍ତ ସ୍କୁଲ୍‌, କଲେଜକୁ ବନ୍ଦ ରଖିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨.୯ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ପୁଡୁଚେରିର ବହୁ ଜନବସତି ଜଳବନ୍ଦୀ ହୋଇପଡ଼ିଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସେହିପରି ବର୍ଷା ହେତୁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା କେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe